ମହିଳା ଥାନା ଏସଆଇଙ୍କୁ ନିର୍ଯାତନା ଅଭିଯୋଗରେ ଥାନାବାବୁ ଗିରଫ

ବାଲିଗୁଡା : ବାଲିଗୁଡାର ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଶୁଭଦର୍ଶି ପଟ୍ଟାନାୟକ ଜଣେ ପୁଲିସ ଏସଆଇ ସିଲୁ ଧଳଙ୍କୁ ସହକର୍ମୀ ମହିଳା ଏସଆଇଙ୍କୁ ନିର୍ଯାତନା କରିଥିବା ଅଭିଯୋଗରେ ଜେଲ ପଠାଇ ଥିବା ଜଣାପଡ଼ିଛି ।

ସୂଚନାରୁ ପ୍ରକାଶ ଯେ, ଦାରିଙ୍ଗବାଡି ଥାନାରେ ଗତ ତା୧୬/୮/୨୦୨୦ରିଖ ଦିନ କାର୍ଯ୍ୟରତ ଥିବା ମହିଳା ଏସଆଇ ଏକ ନିର୍ଯାତନା ଓ ଅନ୍ୟ ମାମଲାକୁ ନେଇ ଏକ ଲିଖିତ ଏତଲା ଦେଇଥିଲେ ଖଲିକୋଟ ଥାନାରେ ଥିବା ଏସଆଇ ସିଲୁ ଧଳଙ୍କ ନାମରେ। ସେହି ଦିନଠାରୁ ଏସଆଇ ସିଲୁ ଧଳ ଫେରାର ଥିଲେ। ଉଚ୍ଚତମ ନ୍ୟାୟାଳୟ, ଓଡିଶାଙ୍କ ନିର୍ଦ୍ଦଶକ୍ରମେ ଆଜି ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରା କୋର୍ଟର ମାନ୍ୟବର ବିଚାରପତିଙ୍କ ପାଖରେ ଏସଆଇ ସିଲୁ ଧଳ ହାଜିର ହୋଇଥିଲେ। ଏହି ମାମଲାର ବିଚାରବିର୍ମଶ ପରେ ମାନ୍ୟବର ବିଚାରପତି ଧଳଙ୍କୁ ଉପଖଣ୍ଡ କାରାଗାର ବାଲିଗୁଡାକ ପଠାଇଥିଲେ। ଏହି ସୂଚନା ଦେଇଛନ୍ତି ସରକାରୀ ଓକିଲ ଶୁଧାଂଶୁ ମୋହନ ପତି।

Comments are closed.