www.samajalive.in
Thursday, November 13, 2025
18.1 C
Bhubaneswar

ଆସୁଛି ବାଲିଯାତ୍ରା; ନିରାଶ କରୁଛି ପ୍ରଶାସନ

କଟକ : ଅସୁଛି ବାଲିଯାତ୍ରା। ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଯୋରଦାର ପ୍ରସ୍ତୁତି। ବ୍ୟବସାୟୀମାନେ ନିଜର ପ୍ରଚାର ପ୍ରସାର ଓ ବ୍ୟାବସାୟ ପାଇଁ ଉତ୍ସାହିତ ରହିଛନ୍ତି। ଏବେ ପଡିଆ ପ୍ରସ୍ତୁତି ସହ ପ୍ଳଟ ଆବଣ୍ଟନ ପ୍ରକ୍ରିୟା ଜାରି ରହିଛି। ବ୍ୟବସାୟୀଙ୍କ ନିମନ୍ତେ ପ୍ଳଟ ଆବଣ୍ଟନ ଶେଷ ତାରିଖ ୧୨ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ମାତ୍ର ପ୍ରଶାସନର ପ୍ଲଟ୍‌ ଆବଣ୍ଟନ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ଝାଡୁଛନ୍ତି ବ୍ୟବସାୟୀ। ପୂର୍ବରୁ ଏହି ବ୍ୟବସ୍ଥା ଭଲ ଥିଲା । କ୍ଷୁଦ୍ର ବ୍ୟବସାୟୀ ବାଲିଯାତ୍ରାକୁ ଆସି ନିରାଶ ହେଉ ନଥିଲେ। ସେମାନେ ସୁରୁଖୁରୁରେ ଜାଗା ଖଣ୍ଡେ ପାଇ ବେପାରୁ କରିପରୁଥିଲେ।

ଏବେ ପ୍ରଶାସନର ଜଟିଳ ପ୍ରକ୍ରିୟାରେ ବ୍ୟବସାୟୀ ବହୁ ଅସୁବିଧା ଭୋଗୁଛନ୍ତି। କ୍ଷୁଦ୍ର ବ୍ୟବସାୟୀ ଟେଣ୍ଡର ପ୍ରକ୍ରିୟାକୁ ପସନ୍ଦ କରୁନାହାନ୍ତି। ସରକାରୀ ଧାର୍ଯ୍ୟ ମୂଲ୍ୟ ବହୁ ଗୁଣା ବଢି ଯାଉଥିବାରୁ ଅପେକ୍ଷାରେ ଥିବା ବ୍ୟବସାୟୀଟି ନିରାଶ ହେଉଛି। ଧାର୍ଯ୍ୟ ଦରର ବହୁଗୁଣା ମୂଲ୍ୟ ଦେଇ ଜାଗା ନେବା ସମ୍ଭବ ହେଉନାହିଁ। ପ୍ରଶାସନର ଏପରି ନୀତି ପାଇଁ ଗରିବ ବ୍ୟବସାୟୀମାନେ କଟକ ବାଲିଯାତ୍ରାକୁ ଆସୁ ଆସୁନଥିବା ଅନେକ କ୍ଷୁଦ୍ର ବ୍ୟବସାୟୀ ଦାବି କରିଛନ୍ତି। ଏପରିକି ପ୍ରଶାସନ କ୍ଷଦ୍ର ବ୍ୟବସାୟୀଙ୍କ ନିମନ୍ତେି ନର୍ଦିଷ୍ଟ ଦର ଲାଗୁ କରିବାକୁ ସେମାନେ ଦାବି ଜଣାଇଛନ୍ତି।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories