ଗୋପାଳପୁର : ବାଲେଶ୍ୱର ଜିଲା ଗୋପାଳପୁର ୟୁକୋ ବ୍ୟାଙ୍କରେ ବିଦ୍ୟୁତ ସରବାରହ ଅଚଳ ହେବା ଦ୍ୱାରା ଏକ ଅଘଟଣ ଦେଖିବାକୁ ମିଳିଥିଲା।
ବାହାନଗା ବ୍ଲକ ଖରାସାହାପୁର ଗ୍ରାମର ଅବସର ପ୍ରାପ୍ତ ସୈନିକ କରୁଣାକର ନାୟକ (୭୦) ଗୋପାଳପୁର ବ୍ୟାଙ୍କକୁ ଟଙ୍କା ଉଠାଈବା ପାଇଁ ଆସିଥିଲେ। କୌଣସି କାରଣ ଯୋଗୁ ହଠାତ ଅଚେତ ହୋଇ ତଳେ ପଡିଯିବାରୁ ପାଖରେ ଥିଵା ଲୋକ ମାନେ ଗୋପାଳପୁର ହସପିଟାଲକୁ ନେଈଯାଈଥିଲେ। ପରେ ଡାକ୍ତର କରୁଣାକରକୁ ମୃତ ଘୋଷଣା କରିଥିଲେ। ତାଙ୍କର ଅଂଶୁଘାତ ଜନିତ ମୁତ୍ୟୁ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି।
ଅଂଶୁଘାତରେ ପୂର୍ବତନ ସୈନିକ ଦେହାନ୍ତ
Popular Categories



