ବାଲେଶ୍ୱର: ଭୁଲ ଅପରେସନ ଯୋଗୁ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ବାଲେଶ୍ୱର ଜିଲା ଔପଦା ଥାନା ଗଡ଼ସାହି ଗାଁର ଯଶୋବନ୍ତ ବାରିକ। ସୂଚନା ଅନୁସାରେ, ଯଶୋବନ୍ତଙ୍କ ସ୍ତ୍ରୀ ଜୟନ୍ତୀ ଆଗରପଡା ଥାନା ରାଉତରାପୁରକୁ ଆସି ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ଅସ୍ତ୍ରୋପ୍ରଚାର ଶିବିରରେ ଅସ୍ତ୍ରୋପ୍ରଚାର କରାଇଥିଲେ। ଅସ୍ତ୍ରୋପଚାର ପରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲ। ପୁଣି ଜୟନ୍ତୀଙ୍କୁ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଯନ୍ତ୍ରଣା ଅଧିକ ହେବାରୁ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତାଙ୍କର ପୁନଃ ଅସ୍ତ୍ରୋପଚାର କରାଯାଇଥିଲା , ମାତ୍ର ଜୟନ୍ତୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଜୟନ୍ତୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଚିକିତ୍ସା ଅବହେଳା ଯୋଗୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିବା ସହିତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ ।
Popular Categories



