ସମ୍ବଲପୁର : ଜୁଯୋମୁରା ବ୍ଳକର ଝାଙ୍କରପାଲି ପଞ୍ଚାୟତରେ ତୁରିପଢାରେ ବଣୁଆ ଦନ୍ତାହାତୀର ଉପଦ୍ରବ ଦେଖିବାକୁ ମିଳିଛି। ଝାଙ୍କରପାଲି ପଞ୍ଚାୟତର ତୁରିପଢାରେ ଆଜି ଭୋରରୁ ଏକ ବଣୁଆ ଦନ୍ତାହାତୀ ଉପଦ୍ରବ ସୃଷ୍ଟି କରିଛି । ଏହାସହ ଏହି ଦନ୍ତାହାତୀ ଆକ୍ରମଣରେ ତୁରିପଢାର ବାସନ୍ତୀ ପଧାନ ନାମକ ଜଣେ ମହିଳା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଚିକିତ୍ସା କରାଯାଉଛି। ଏହି ବଣୁଆ ଦନ୍ତାହାତୀ ଉପଦ୍ରବରେ ତୁରିପଢାରେ କିଛି ଲୋକଙ୍କ ଘର ମଧ୍ୟ ଭାଙ୍ଗି କ୍ଷତିଗ୍ରସ୍ତ କରିଥିବା ନେଇ ସୂଚନା ମିଳିଛି ।
Popular Categories



