www.samajalive.in
Saturday, December 6, 2025
16.1 C
Bhubaneswar

ନିରାଡ଼ମ୍ବରରେ ପାଳିତ ହେବ ପ୍ରସିଦ୍ଧ ବଲସକୁମ୍ପାଠାରେ ମହାନବମୀ ପୂଜା

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବଲସକୁମ୍ପାଠାରେ ଥିବା ଶକ୍ତିପୀଠ ମା ବରାଳଦେବୀ କନ୍ଧମାଳ ଜିଲ୍ଲାରେ ପ୍ରସିଦ୍ଧ। ସେଠାରେ ମହାନବମୀ ପୂଜା ପ୍ରତିବର୍ଷ ମହା ସମାରୋହରେ ପାଳିତ ହୁଏ। ଚଳିତ ବର୍ଷ କରୋନା ମହାମାରୀର ସଂକ୍ରମଣ ଏବଂ ଏଥି ନିମନ୍ତେ ହୋଇଥିବା କଟକଣା ଯୋଗୁଁ ସବୁ ବର୍ଷ ପରି ଧୁମଧାମରେ ନ ପାଳିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମନ୍ଦିର ପରିଚାଳନା କମିଟର ଅଧ୍ୟକ୍ଷ ଫୁଲବାଣୀ ଉପ-ଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଗୁରୁବାର ଅପରାହ୍ନ ୪ଟା ସମୟରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଜୁରିପଡା ତହସିଲଦାର ସ୍ୱପ୍ନିତା ନାୟକ, ବଲସକୁମ୍ପା ରାଜସ୍ୱ ନିରୀକ୍ଷକ, ମା ବରାଳ ଦେବୀ ମନ୍ଦିର ପରିଚାଳନା କମିଟିର ସଭାପତି ଚିତରଞ୍ଜନ ପ୍ରଧାନ, ସମ୍ପାଦକ ସଞ୍ଜୟ କୁମାର କହଁର,ସେବାୟତ ନଟବର ନାୟକ ଦିଲ୍ଲୀପ କୁମାର ଦଳବେହେରା, ଉଦ୍ଧବ ବିଶୋୟୀଙ୍କ ଉପସ୍ଥିତିରେ ସରକାରଙ୍କ କୋଭିଡ ନିୟମ ଅନୁସାରେ ଚଳିତ ବର୍ଷ ମହାନବମୀ ପୂଜା ସୁଚାରୁ ରୂପେ ପରିଚାଳନା କରିବାକୁ ଏହି ବୈଠକରେ ନିଷ୍ପତି ନିଆଯାଇଛି।

ଏହି ଅବସରରେ ଜନଗହଳି ନ କରିବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର ପ୍ରସାର କରାଯିବା ସହିତ ମନ୍ଦିର ଚାରିପାର୍ଶ୍ବରେ ବାଡ ଦିଆଯିବା, ସାଂସ୍କୃତିକ କାର୍ଯ୍ୟକ୍ରମ ଲାଇଟ ସାଉଣ୍ଡ ଆଦିର ବ୍ୟବହାର ନ କରିବା ଏବଂ ସେଠାରେ ପଚାଶ ଜଣ ସଦସ୍ୟରୁ ଅଧିକ ରହିବାକୁ ବାରଣ କରାଯାଇଛି। ସେଠାରେ ଥିବା କମିଟିର ସଦସ୍ୟମାନଙ୍କ ଦ୍ୱାରା ସମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ଓ ସାନିଟାଇଜର ବ୍ୟବହାର କରାଯିବା ନେଇ ବୈଠକରେ ନିଷ୍ପତି ନିଆଯାଇଛି। ସେହିଭଳି ଏକ ବୈଠକ ମନ୍ଦିର ପରିଚାଳନା କମିଟି ଓ ବ୍ଲକ ଅଧ୍ୟକ୍ଷଙ୍କ ଓ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ମନ୍ଦିର ପରିସରରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories