www.samajalive.in
Monday, December 8, 2025
14.1 C
Bhubaneswar

ସିଲିଂ ମିସ୍ତ୍ରୀଙ୍କୁ ମାରଣାନ୍ତକ ଆକ୍ରମଣ, ଲୁଟିନେଲେ ୨୫ହଜାର ଟଙ୍କା ଓ ସୁନା ଲକେଟ

ବଲାଙ୍ଗିର: ବଲାଙ୍ଗିର କଂସାରୀପଡ଼ା ଅଞ୍ଚଳରେ ରହୁଥିବା ଜଣେ ସିଲିଂ ମିସ୍ତ୍ରୀଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗି କିଛି ଯୁବକ ଶୁକ୍ରବାର ରାତିରେ ଲୁଟ୍‍ପାଟ୍‍ କରିଥିବା ସ୍ଥାନୀୟ ଟାଉନ୍‍ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଅଭିଯୋଗର ସତ୍ୟତା ପରଖୁ ଥିବା ବେଳେ କେଉଁ କେଉଁମାନେ ଏହି ଲୁଟ୍‍ରେ ସଂପୃକ୍ତ ସେମାନଙ୍କ ଠିକଣା ଓ ପରିଚୟ ଖୋଜୁଛି।

ଉତ୍ତରପ୍ରଦେଶ ଅଞ୍ଚଳରୁ ଦୀର୍ଘ ବଷୟ ହେଲା ବଲାଙ୍ଗିର ଆସି ଏଠାରେ ସିଲିଂ ମିସ୍ତ୍ରୀ ଭାବେ କାମ କରୁଛନ୍ତି ବିରେନ୍ଦ୍ର କୁମାର। ଶ୍ରୀ କୁମାର କଂସାରୀପଡ଼ା ନିକଟ ଧୋବା ପଡ଼ାରେ ଘର କରି ପରିବାର ସହ ରହୁଛନ୍ତି। ସେ ବର୍ତ୍ତାନ ବଲାଙ୍ଗିରର ବାସିନ୍ଦା ହେଇ ସାରିଲେଣି। ଶୁକ୍ରବାର ସେ ରାମେଶ୍ୱର ନଗରକୁ ବକେୟା ଟଙ୍କା ଆଣିବାକୁ ଯାଇଥିଲେ। ତାଙ୍କ ପର୍ସରେ ୨୫ ହଜାର ଟଙ୍କା ରହିଥିଲା। ରାତି ପ୍ରାୟ ସାଢେ ୭ଟା ବେଳେ ବଜାରରୁ କାମ ସାରି ସେ ଘରେ ପହଞ୍ଚିଥିଲେ। ତାଙ୍କ ପୁଅ, ଝିଅ ଖାଇବା ପାଇଁ କିଛି ବଜାରରୁ ଆଣିବା ପାଇଁ ଶ୍ରୀ କୁମାରଙ୍କ ନିକଟରେ ଅଳି କରିବାରୁ ସେ ଘର ଭିତରକୁ ନଯାଇ ବାହାରୁ ବାହାରୁ ବଜାରକୁ ପୁଣି ଆସୁଥିଲେ। ନିକଟରେ ଥିବା ଏକ ବନ୍ଧରେ କିଛି ଯୁବକ ବସିଥିଲେ। ଜଣେ ଯୁବକ ତାଙ୍କ ପାଖକୁ ଆସି ମଦ ପିଇବା ପାଇଁ ଖର୍ଚ୍ଚ ଦେବାକୁ କହିଥିଲେ। ପାଖରେ ଟଙ୍କା ନାହିଁ, ୨/୩ ଦିନ ପରେ ଦେବି ବୋଲି ଶ୍ରୀ କୁମାର କହିବା ପରେ ଯୁବକଜଣଙ୍କ ଅନ୍ୟ ୪/୫ଜଣ ସହଯୋଗୀଙ୍କୁ ଡାକିଥିଲେ। ସେମାନେ ଲୁହା ପାଇପରେ ପିଟିଥିଲେ। ସେ ନାଳରେ ପଡ଼ିଯିବା ପରେ ତାଙ୍କ ପର୍ସ ଓ ବେକରେ ପିନ୍ଧିଥିବା ଲକେଟ ଲୁଟି ନେଇ ଚାଲି ଯାଇଥିଲେ ଯୁବକମାନେ। ଏସଂପର୍କରେ ଶ୍ରୀ କୁମାର ଟାଉନ୍‍ ଥାନାରେ ଅଭିଯୋଗ କରିଥିଲେ। ଆକ୍ରମଣକାରୀ ଯୁବକଙ୍କୁ ଖୋଜିବାକୁ ପୁଲିସ ଆସିଥିଲା। କାହାକୁ ନପାଇ ଫେରି ଯାଇଥିଲା। ଏହି ଲୁଟ୍‍ରେ ସଂପୃକ୍ତ ଯୁବକମାନଙ୍କୁ ଗିରଫ କରିବା ସହ ତାଙ୍କୁ ଟଙ୍କା ଓ ସୁନା ଲକେଟ ଫେରାଇବାକୁ ପୁଲିସକୁ ଅନୁରୋଧ କରିଛନ୍ତି ଶ୍ରୀ କୁମାର। ଟାଉନ୍‍ ଥାନା ଆଇଆଇସି ସଂଗ୍ରାମ ପଟ୍ଟନାୟକ କହିଛନ୍ତି ଯେ, ପୁଲିସ ଅଭିଯୋଗର ସତ୍ୟତା ଯାଞ୍ଚ କରିବା ସହ ଲୁଟ୍‍ପାଟ କରିଥିବା ଯୁବକଙ୍କୁ ଖୋଜୁଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories