www.samajalive.in
Monday, December 8, 2025
14.1 C
Bhubaneswar

ଚାଷୀକୁ ଘାରିଛି ରୋଗପୋକ ଚିନ୍ତା

ବଲାଙ୍ଗିର: ବଲାଙ୍ଗିର ଜିଲାର ଚାଷୀ ପ୍ରତିବର୍ଷ କ୍ଷତି ସହିଆସିଛି। କେଉଁ ବର୍ଷ ସ୍ୱଲ୍ପ ବୃଷ୍ଟିପାତ ତ ପୁଣି କେଉଁବର୍ଷ ବନ୍ୟା ପରିସ୍ଥିତି ଯୋଗୁ ଫସଲ ନଷ୍ଟ ହୋଇଥାଏ। ଚଳିତ ବର୍ଷ ଠିକ ସମୟରେ ମୈାସୁମୀ ବର୍ଷା ଯୋଗୁ ଫସଲ ବଞ୍ଚିଯାଇଥିଲା। କିନ୍ତୁ ଗତ ମାସେ ହେଲା ବର୍ଷା ଉଭାନ ହୋଇଯାଇଥିବା ବେଳେ ସାରର ସଙ୍କଟ ଦେଖାଦେଇଛି। ଏମିତିରେ ଚାଷୀର ସବୁଜ ଫସଲରେ ରୋଗପୋକ ଘର କଲେଣି। ଏମିତିରେ ଚଳିତ ବର୍ଷ ଭଳ ଧାନ ଅମଳ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବଲାଙ୍ଗିର ଜିଲାରେ ଜଳସେଚନର ଅଭାବ ଯୋଗୁ ଖରିଫ ସମୟରେ ଧାନ ଫସଲ ସଂପୂର୍ଣ୍ଣ ଭାବେ ବର୍ଷା ଆଶ୍ରିତ ହୋଇରହିଥାଏ। ଯେଉଁ ବର୍ଷ ଭଳ ବର୍ଷା ହେଲା ସେହି ବର୍ଷ ଚାଷ ଭଳ ହୁଏ। ଯେଉଁ ବର୍ଷ ଅଧିକ ବର୍ଷା ହୋଇ ବନ୍ୟା ହେଲେ ଚାଷ ନଷ୍ଟ ହୋଇଥାଏ।ସେହିପରି ସ୍ୱଲ୍ପ ବର୍ଷାରେ ମଧ୍ୟ ମରୁଡି ପରିସ୍ଥିତି ଦେଖିବାକୁ ମିଲିଥାଏ। କିନ୍ତୁ ଚଳିତ ବର୍ଷ ଚାଷୀ ମାନେ ଏକ ଅଜବ ପରିସ୍ଥିତି ଦେଇ ଗତି କରୁଥିବା ଅଭିଯୋଗ କରିଛନ୍ତି। ଠିକ ସମୟରେ ବର୍ଷା ଯୋଗୁ ମରି ଆସୁଥିବା ଧାନଚାଷ ସୁଧୁରିଯାଇଥିଲା। ଗତ ପ୍ରାୟ ଗୋଟିଏ ମାସ ହେଲା ବର୍ଷା ହୋଇନଥିବାରୁ ପୁଣି ଧାନ କିଆରୀକୁ ଚଡକ ପଡ଼ିଛି। ସେହିପରି ଜିଲା ୟୁରିଆର ସାରର ସଙ୍କଟ ମଧ୍ୟ ଦେଖାଦେଇଛି। ଏମିତିରେ ଗୋଟିଏ ପଟେ ବର୍ଷାଭାବ ଓ ଅନ୍ୟପଟେ ସାର ସଙ୍କଟ ଯୋଗୁ ଏବେ ଚାଷୀର ଧାନକିଆରୀରେ ରୋଗପୋକ ଘର କରିଥିବା ଅଭିଯୋଗ ହୋଇଛି। ଜିଲାର ସଇଁନ୍ତଲା, ଲୋଇସିଂହା, ଦେଓଗାଁ, ଆଗଲପୁର ବ୍ଲକ ଅଞ୍ଚଳରେ ଧାନ ମାନଙ୍କରେ କାଣ୍ଡବିନ୍ଧା, ମହିଷା ରୋଗ ଲାଗୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କିଛି ଅଞ୍ଚଳରେ ଧାନରେ ଅଜଣା ପୋକ ଲାଗୁଥିବା ମଧ୍ୟ ଦେଖିବାକୁ ମିଲିଛି। ଏମିତିରେ ଏହି ରୋଗପୋକ ହେକ୍ଟର ହେକ୍ଟର ଜମିରେ ଘର କରିସାରିଛନ୍ତି। ଏନେଇ ଚାଷୀମାନେ ବ୍ଲକ ସ୍ତରରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କଲେ ମଧ୍ୟ କୈାଣସି ପ୍ରକାର ସହାୟତା ବା ପରାମର୍ଶ ମିଲୁନଥିବା ଚାଷୀ ଅଭିଯୋଗ କରିଛି। ସୂଚନା ଅନୁସାରେ ଚଳିତ ବର୍ଷ ଜିଲାରେ ପ୍ରାୟ ୪ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି। ଏହି ରୋଗପୋକ ଯୋଗୁ ବହୁ ପରିମାଣର ଫସଲ ନଷ୍ଟ ହେବାକୁ ଲାଗୁଥିବା ବେଳେ ଜିଲା କୃଷି ବିଭାଗ ପକ୍ଷରୁ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି। ତେବେ ଏନେଇ ଯେଉଁ ଅଞ୍ଚଳର ଅଭିଯୋଗ ଆସୁଛି ସେହି ଅଞ୍ଚଳର ଅଧିକାରୀ ମାନେ ଆବଶ୍ୟକ ପାରମର୍ଶ ଦେଉଥିବା ବିଭାଗୀୟ ଅଧିକାରୀ ମାନେ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories