ହାଇକୋର୍ଟ ବେଞ୍ଚ ପାଇଁ ବଲାଙ୍ଗିରରେ ଆନ୍ଦୋଳନ

ବଲାଙ୍ଗିର: ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବିରେ ଆନ୍ଦୋଳନ ଜାରି ରହିଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ଡାକରା ଦିଆଯାଇଛି। ବଲାଙ୍ଗିର ବିଭିନ୍ନ ଅନୁଷ୍ଠାନ ଏହି ବନ୍ଦ ଡାକରାକୁ ସମର୍ଥନ କରୁଛନ୍ତି। ଆନ୍ଦୋଳନକାରୀ କହିଛନ୍ତି ଯେ ବଲାଙ୍ଗିରରେ ହାଇକୋର୍ଟର ବେଞ୍ଚ ପୁନଃସ୍ଥାପନ ଦାବିରେ ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ ବ୍ୟାଙ୍କ, ପୋଷ୍ଟ ଅଫିସ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖାଯିବା ପାଇଁ ପିକେଟିଂ କରାଯାଉଛି। ତେବେ ଗାଡ଼ିମଟ ଚାଲୁରହିଛି ଏବଂ ସ୍କୁଲକଲେଜ ମଧ୍ୟ ଖୋଲା ରଖାଯାଇଛି। ରାଜ୍ୟ ସରକାର ଦାବି ପୂରଣ ନ କଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେମା​‌େ​‌ନ ପ୍ରକାଶ କରିଛନ୍ତି।

kalyan agarbati

Comments are closed.