www.samajalive.in
Monday, December 8, 2025
24.1 C
Bhubaneswar

କାଳ ବୈଶାଖିରେ ଘର ଉପରେ ପଡିଲା ଗଛ : ଅଳ୍ପକେ ବର୍ତ୍ତିଲେ ପରିବାର

ଲାଠୋର : ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ଅନ୍ତର୍ଗତ ମହୁଲପାଟି ପଞ୍ଚାୟତର ଗଇନ୍ଦିମାଲ ଗ୍ରାମରେ ମଙ୍ଗଳବାର ରାତିରେ କାଳବୈଶାଖି ପ୍ରଭାବରେ ପବନରେ ଗଛ ଭାଙ୍ଗି ଏକ ଘର ଉପରେ ପଡ଼ି ଯାଇଥିଲା। ଏଥିରେ ଘର ଭିତରେ ଥିବା ପରିବାର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିିଛି।
ସୂଚନା ଅନୁଯାୟୀ, ଗଇନ୍ଦିମାଲ ଗ୍ରାମରେ ମଙ୍ଗଳବାର ରାତି ୮.୩୦ରେ ହଠାତ ପ୍ରବଳ ବେଗରେ ପବନ ସହ କୁଆ ପଥର ମାଡ଼ ବର୍ଷା ଯୋଗୁଁ ଗ୍ରାମର ଉଭୟ ପାର୍ଶ୍ବ ୨ କି.ମି ପର୍ଯ୍ୟନ୍ତ ବଡ଼ ବଡ଼ ଗଛ ଭାଙ୍ଗି ପଡି ଯାଇଥିଲା। ଗ୍ରାମର ବିଧବା ମହିଳା ସୟା ବରିହାଙ୍କ ଘର ଉପରେ ଏକ ବିରାଟ ଗୁହୁରିଆ ଗଛ ପଡିଯିବାରୁ ଘର ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇ ଯାଇଥିବା ବେଳେ ପରିବାର ବର୍ଗ ଘରର କୋଣରେ ରହି ନିଜ ଜୀବନ ବଞ୍ଚାଇଥିଲେ। କୁଆ ପଥର ବନ୍ଦ ହେବା ପରେ ସମ୍ପୂର୍ଣ୍ଣ ପରିବାର ଘର କୋଣରୁ ବାହାରିଥିଲେ। ଦିର୍ଘ ବର୍ଷ ପୂର୍ବେ ସ୍ୱାମୀ ଆର ପାରିକୁ ଚାଲି ଗଲା ପରେ ପରିବାରର ସମସ୍ତ ଦାୟିତ୍ୱ ସୟା ତୁଲାଉଛନ୍ତି। ସେମାନେ ପରଘରେ ମୁଲ ଲାଗିବା ସହ ବାହାର ରାଜ୍ୟକୁ ଦାଦନ ଖଟି ଯାଇ ପରିବାର ପ୍ରତିପୋଷଣ କରନ୍ତି। ବହୁ କଷ୍ଟରେ ଘର ଡିହ ଟିକିଏ କିଣି ସେଠାରେ ଏକ ଇଟା ଛପର ଘର କରି ରହୁଥିଲେ। ହେଲେ ହଠାତ ମଙ୍ଗଳବାର ରାତି କାଳ ବୈଶାଖୀ ତାଙ୍କ ଭାଗ୍ୟକୁ ପୋଛି ନେଇଗଲା। ବାସଗୃହ ସମ୍ପୂର୍ଣ୍ଣର୍ ରୂପେ ନଷ୍ଟ ହୋଇଯାଇଥିବାରୁ ସେମାନେ ଏବେ କେଉଁଠି ରହିବେ ଏବଂ କେମିତି ଘର ଖଣ୍ଡିଏ କରିବେ ସେହି ଚିନ୍ତାରେ ରହିଛନ୍ତି। ଖବର ପାଇ ମହୁଲପାଟି ସରପଞ୍ଚଞ୍ଚମିତା ସାହୁ ସଂପୃକ୍ତ ପରିବାରଙ୍କୁ ଗ୍ରାମରେ ନିର୍ମାଣ ହୋଇଥିବା ଏକ ଷ୍ଟଲରେ ଆଶ୍ରୟ ଦେବା ସହ ତାଙ୍କର ଖାଦ୍ୟପେୟର ବ୍ୟବସ୍ଥା କରିଥିବା ସୂଚନା ଦେଇଛନ୍ତି।
ଅପର ପକ୍ଷେ ପବନରେ ବିଦ୍ୟୁତ ତାର ଛିଣ୍ଡି ଯାଇଥିବାରୁ ଗ୍ରାମରେ ବିଦ୍ୟୁତ ସେବା ମଧ୍ୟ ବ୍ୟାହତ ହୋଇଛି। ଏନେଇ କଣ୍ଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝୀଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି, ଘଟଣାର ଖବର ପାଇ ତୁରେକେଲା ରାଜସ୍ୱ ନିରୀକ୍ଷକଙ୍କୁ ତଦନ୍ତ ପାଇଁ ପଠାଇଛି। ସେ ତଥ୍ୟ ପ୍ରଦାନ କଲା ପରେ ସରକାରୀ ନିୟମ ଅନୁଯାୟୀ ଯାହା ସବୁ ସୁବିଧା ଯୋଗାଇ ଦେବା କଥା ଯୋଗାଇ ଦିଆଯିବ। ତେବେ ଯଥାଶୀଘ୍ର କ୍ଷତି ଗ୍ରସ୍ତ ଲୋକଙ୍କୁ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories