www.samajalive.in
Wednesday, December 10, 2025
26.1 C
Bhubaneswar

ତତଲା କଡେଇରେ ବଲାଙ୍ଗିର ; ଜିଲାରେ ଜାରି ହେଲା ହଳଦିଆ ସତର୍କତା, ଅସ୍ତବ୍ୟସ୍ତ ଜନଜୀବନ

ବଲାଙ୍ଗିର : ବଲାଙ୍ଗିରରେ ତାତିରୁ ମିଲୁନି ନିସ୍ତାର । ହଳଦିଆ ସତର୍କ ଜାରି କରିଛି ପାଣିପାଗ ବିଭାଗ । ଏମିତିରେ ପ୍ରଚଣ୍ଡ ତାତି ସାଧାରଣ ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିବାରେ ଲାଗିଛି । ଏମିତିରେ ବିଦ୍ୟୁତ ବିଭାଗର ଲୁଚକାଳି ଖେଳକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବଲାଙ୍ଗିରର ପାରଦ ଦିନକୁ ଦିନ ବଢିଚାଲିଛି । ବିଗତ ଦିନ ମାନଙ୍କରେ ବଲାଙ୍ଗିର ତାପମାତ୍ରା ସର୍ବୋଚ୍ଚ ତାପାମତ୍ରା ଥିବା ସହର ମାନଙ୍କ ତାଲିକାରେ ରହିଛି । ଏପରିକି ଟିଟିଲାଗଡରେ ମଧ୍ୟ ସ୍ଥିତି ଅସମ୍ଭାଳ ହୋଇଛି । ସକାଳୁ ହେବା କ୍ଷଣି ଖରା ଓ ଗରମ ଧିରେ ଧିରେ ବଢିଚାଲିଛି । ଦିନ ୧୦ଟା ପରେ ରାସ୍ତା ଉପରେ ବୁଲିବା ସାଧାରଣ ଲୋକଙ୍କ ପକ୍ଷରେ ଅସମ୍ଭବ ହୋଇପଡୁଛି । ପ୍ରାୟ ୧୨ ଟା ପରେ ସହର ଶୂନଶାନ ପଡିଯାଉଛି। କାଁ ଭାଁ କିଛି ଜରୁରୀ କାମରେ ବାହାରକୁ ଆସୁଥିବା ଲୋକଙ୍କୁ ଛାଡିଦେଲେ ପ୍ରାୟତଃ ସହରବାସୀ ଘରେ ରହୁଛନ୍ତି । ପ୍ରଚଣ୍ଡ ତାତିରେ ବିଦ୍ୟୁତର ଲୁଚକାଳି ଖେଳ ସହରାବାସୀଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଥିବା ଅଭିଯୋଗ ହୋଇଛି । ସହର ଭିତରେ ବିଭିନ୍ନ ସ୍ଥାନରେ ମନଇଚ୍ଛା ବିଦ୍ୟୁତ କାଟ କରାଯାଉଥିବାରୁ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ସହର ଭିତରେ ବିଦ୍ୟୁତ ସମସ୍ୟା ଗୁରୁତର ଥିବା ବେଳେ ଗାଁ ଗୁଡିକର ଅବସ୍ଥା ନ କହିବା ଭଲ। ଅନେକ ସ୍ଥାନଗୁଡିକରେ ବିଦ୍ୟୁତ ଆସୁଛି କମ ଯାଉଛି ବେଶୀ ବୋଲି ଲୋକେ ଅଭିଯୋଗ ଆଣିଛନ୍ତି ।

- Advertisement -

ରାଜ୍ୟ ସରକାର ଏହି ଗ୍ରୀଷ୍ମ ପ୍ରବାହ ସମୟରେ ୨୪ ଘଣ୍ଟିଆ ନିରନ୍ତର ବିଦ୍ୟୁତ ସରବରାହ ଉପରେ ଧ୍ୟାନ ଦେଉଥିବା ବେଳେ ରାଜ୍ୟର ଯେଉଁଠି ବେଶୀ ଗରମ ହେଉଛି ସେଠାରେ ରାଜ୍ୟ ସରକାରଙ୍କ ଏହି ଘୋଷଣା ପାଣିରେ ପଡିଥିବା ଲୋକେ ଅଭିଯୋଗ କରିଛନ୍ତି । ସେହିପରି ସହର ଭିତରେ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଜଳଛତ୍ର ବ୍ୟବସ୍ଥା କରିଥିବା ବେଳେ ବଲାଙ୍ଗିରରେ ଜଳଛତ୍ର ନାହିଁ। ପଞ୍ଚାୟତ ସ୍ତରରେ ଦେଖାଦର୍ଶନ ନାହିଁ। ସମସ୍ତ ଡାକ୍ତରଖାନା ମାନଙ୍କରେ ଅଂଶୁଘାତ କକ୍ଷ ଖୋଲି ଅବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଥିବା ବେଳେ ଏହା କେବଳ ଆଲୋଚନାରେ ସୀମିତ। ବଲାଙ୍ଗିରରେ ହଳଦିଆ ସତର୍କତା ଜାରି କରିବା ପରେ ସାଧାରଣ ଲୋକେ ଭୟଭୀତ ହୋଇଛନ୍ତି। ତେବେ ଏହି ହଳଦିଆ ସତର୍କତା ଜାରି ହୋଇଥିବା ସମୟରେ ଜିଲାରେ ରହିଥିବା ସମସ୍ତ ବ୍ୟବସ୍ଥାକୁ ସ୍ୱତନ୍ତ୍ର ଭାବେ ଦୃଷ୍ଟିଦେବାକୁ ଦାବି ହୋଇଛି ।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories