www.samajalive.in
Sunday, December 7, 2025
23.1 C
Bhubaneswar

ବଲାଙ୍ଗିର: ଶନିବାର ୭୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଶନିବାର ପୁଣି ୭୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲା ପ୍ରଶାସନର ସୂଚନା ଅନୁସାରେ ବଲାଙ୍ଗିର ସହରର ଚାରୋଟି ୱାର୍ଡରୁ ୫ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।

ଟିଟିଲାଗଡ ପୈାରାଞ୍ଚଳର ୫ଟି ୱାର୍ଡରୁ ୧୦ ଜଣ ରୋଗୀ କରୋନାରେ ସଂକ୍ରମିତ ହୋଇଛନ୍ତି। ପାଟଣାଗଡ ଓ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଆଗଲପୁର ବ୍ଲକ ସାଲେଭଟାରୁ ୩ ଓ ଆଗଲପୁରର ଜଣେ ରୋଗୀ କରୋନାରେ ସଂକ୍ରମିତ ହୋଇଥିବା ବେଳେ ବଲାଙ୍ଗିର ସଦର ବ୍ଲକ ଚିକଲବାହାଲ ଗାଁର ଜଣେ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ବଙ୍ଗୋମୁଣ୍ଡା ବ୍ଲକ ସିନେ୍ଧକେଲାର ୩, ବଙ୍ଗୋମୁଣ୍ଡା, ଗନ୍ଧର୍ଲ. ମୁଣ୍ଡାପଦର ଓ ଖଇରାରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ବେଲପଡା ବ୍ଲକ ବେଲପଡା ଓ ଯୁବାର ୩ ଜଣ ଜଣେ ଲେଖାଏଁ କରୋନା ସଂକ୍ରମିତ ହୋଇଥିବା ବେଳେ ଗୁଡଭେଲା ବ୍ଲକ ତୁଷୁରାର ୩, ଜାମୁଟ ଓ ମାଢେକେଲାର ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି।

- Advertisement -

ଅନ୍ୟପକ୍ଷରେ ଲୋଇସିଂହା ବ୍ଲକ ଲୋଇସିଂହା ଓ ରତାଖଣ୍ଡିର ୩ଜଣ ଲେଖାଏଁ ରୋଗୀ କରୋନା ସଂକ୍ରମିତ ହୋଇଥିବା ବେଳେ ଖପ୍ରାଖୋଳ ବ୍ଲକ ଖପ୍ରାଖୋଳ ଓ ଧଣ୍ଡାମୁଣ୍ଡାର ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ଟିଟିଲାଗଡ ବ୍ଲକ ଖୁଲାନର ୬, ସଇଁନ୍ତଲା ବ୍ଲକ ଗଣ୍ଡପତରାପାଲି ର ୫, ସଇଁନ୍ତଲାର ୪ ଓ ପାଟଣାଗଡ ବ୍ଲକ ଘସିଏନର ୩ ଜଣ ରୋଗୀ କରୋନା ସଂକ୍ରମିତ ହୋଇଛନ୍ତି। ଏହା ସହିତ ମୁରିବାହାଲ ବ୍ଲକ ମୁରିବାହାଲ, ଚଲକି, ହଲଦୀ, ପାଟଣାଗଡ ବ୍ଲକ ଦେଉଲଗାଁ, ଖୁଣ୍ଟସମଲେଇ, ମରୁଆଁ, ପୁଇଁନ୍ତଲା ବ୍ଲକ କୁରୁଲ, ସଇଁନ୍ତଲା ବ୍ଲକ ବେଲଗାଁ, ଟିଟିଲାଗଡ ବ୍ଲକ ସିଂହିନୀଓ ଲୁଥୁରବନ୍ଧର ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ପ୍ରଶାସନ ସୂଚନା ଦେଇଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories