ବଡ଼ସାହି : ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓଡିଶାର ନୂତନ ‘ପିଠା’ କାର୍ଯ୍ୟକ୍ରମ ରବିବାର ବଡ଼ସାହି ବ୍ଳକର ୪ଟି ପଞ୍ଚାୟତରେ ଶୁଭାରମ୍ଭ ହୋଇଛି। ବୀରେଶ୍ୱରପୁର, ଜାରକାଣୀ, ପ୍ରତାପପୁର, ମାଧପୁର ଓ ବଳଭଦ୍ରପୁର ପଞ୍ଚାୟତରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗରିବ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପୃଥକ ସଭା ଅନୁଷ୍ଠିତ ହୋଇଥିଲା। ମାନ୍ୟବର ଉପବାଚସ୍ପତି ସାନନ୍ଦ ମାରାଣ୍ଡି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଏହି ଯୋଜନାରେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କା ଗୃହ ଓ ନିର୍ମାଣ ଶ୍ରମିକ ଆବାସ ଯୋଜନାର କାର୍ଯ୍ୟାଦେଶ, ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା, ମଧୁବାବୁ ପେନସନ, ବାର୍ଦ୍ଧକ୍ୟ, ବିଧବା, ଅବିବାହିତା ଓ ଦିବ୍ୟାଙ୍ଗ ଭତ୍ତା ଆଦି ପ୍ରଦାନ କରାଯାଇଥିଲା ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ନିର୍ମାଣ ଶ୍ରମିକ ପେନସନ, ଖାଦ୍ୟ, ପାନୀୟ ଓ ସାମାଜିକ ସୁରକ୍ଷା ଆଦି ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା।
Popular Categories



