www.samajalive.in
Sunday, December 7, 2025
23.1 C
Bhubaneswar

କୋଭିଡର ଦ୍ୱିତୀୟ ଲହର ଯୋଗୁଁ ଋଣ ଆଦାୟ ପ୍ରଭାବିତ; ବୁଡିଯାଇପାରେ ୧୧.୨% ବ୍ୟାଙ୍କ ଋଣ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ଦ୍ୱିତୀୟ ଲହର ବ୍ୟବସାୟ ଓ ଅର୍ଥନୀତି ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ପକାଇଥିବାବେଳେ ବ୍ୟାଙ୍କ ଋଣ ଆଦାୟ ମଧ୍ୟ ବିଶେଷ ପ୍ରଭାବିତ ହୋଇଛି। ତେବେ ମଇ ମାସ ଶେଷ ଭାଗରେ ଦେଶରେ ସଂକ୍ରମଣ ସଂଖ୍ୟା ହ୍ରାସପରେ ଆର୍ଥିିକ କାର୍ଯ୍ୟକଳାପରେ ଉନ୍ନତି ପରିଲକ୍ଷିତ ହେବା ଆରମ୍ଭ କରିଛି ବୋଲି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଗୁରୁବାର ପ୍ରକାଶିତ ଆର୍ଥିକ ସ୍ଥିରତା ରିପୋର୍ଟ (ଏଫଏସଆର)ର ମୁଖବନ୍ଧରେ ଶ୍ରୀ ଦାସ ଉଲ୍ଲେଖ କରିଛନ୍ତି ଯେ ମହାମାରୀ କାରଣରୁ ବ୍ୟାଙ୍କର ଆୟ ବ୍ୟୟ ହିସାବ ଏବଂ ପ୍ରଦର୍ଶନ ଉପରେ ଯେଉଁଭଳି ପ୍ରଭାବ ପଡିବା ଆଶଙ୍କା କରାଯାଉଥିଲା, ତାହା ଯଥେଷ୍ଟ କମ୍‍ ରହିଛି। ଏକ ଆକଳନ ଅନୁଯାୟୀ ୨୦୨୧ ମାର୍ଚ୍ଚ ସୁଦ୍ଧା ବ୍ୟାଙ୍କଗୁଡିକର ମୋଟ ଅନାଦାୟ ଋଣ ବା ବୁଡିଯିବା ଅବସ୍ଥାରେ ପହଞ୍ଚିଥିବା ଋଣ ପରିମାଣ ୭.୪୮% ଥିବାବେଳେ ତାହା ୨୦୨୨ ମାର୍ଚ୍ଚ ସୁଦ୍ଧା ୯.୮%ରେ ପହଞ୍ଚିପାରେ। ପରିସ୍ଥିତି ଅଧିକ ଖରାପ ହେଲେ ୧୧.୨୨% ଋଣ ବୁଡିଯାଇପାରେ ବୋଲି ସେ କହିଛନ୍ତି।
ଚଳିତ ବର୍ଷ ଜାନୁଆରୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ କହିଥିଲା ଯେ ୨୦୨୧ ସେପ୍ଟେମ୍ବରରେ ମୋଟ ଅନାଦାୟ ଋଣ ପରିମାଣ ପ୍ରାୟ ୨୩.୫% ହୋଇପାରେ ଏବଂ ପରିସ୍ଥିତି ଅଧିକ ଖରାପ ହେଲେ ତାହା ୧୪.୮% ହେବ। ବିଶେଷକରି କ୍ଷୁଦ୍ର ବ୍ୟବସାୟ ସଂସ୍ଥା ଏବଂ ଖୁୁଚୁରା ବ୍ୟବସାୟ ପାଇଁ ଦିଆଯାଇଥିବା ଋଣକୁ ନେଇ ରହିଥିବା ଆପଦ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶର ସମସ୍ତ ବ୍ୟାଙ୍କକୁ ସତର୍କ କରାଇ ଦିଆଯାଇଛି। ଏସବୁ ସହିତ ସାଇବର ଆକ୍ରମଣ ଏବଂ ତଥ୍ୟ ପ୍ରଘଟ ଭଳି ନୂଆ ଆପଦ ପ୍ରତି ସତର୍କ ରହିବାକୁ ମଧ୍ୟ ଏହା ବ୍ୟାଙ୍କଗୁଡିକୁ ପରାମର୍ଶ ଦେଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories