www.samajalive.in
Wednesday, December 10, 2025
26.1 C
Bhubaneswar

ଖାଲଖମାରେ ଭର୍ତ୍ତି ପାର୍ସାଲି ରାସ୍ତା 

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବଡଦ୍ୱାର ସାହି ଠାରୁ ପାର୍ସାଲିକୁ ସଂଯୋଗ କରୁଥିବା ଆରଡ଼ି ବିଭାଗ ରାସ୍ତା ଖାଲଖମାରେ ଭର୍ତ୍ତି ଓ ଗର୍ତ୍ତ ହୋଇ ମରଣ ଯନ୍ତା ପାଲଟିଛି । ଏହି ରାସ୍ତା ପାଞ୍ଚ ବର୍ଷ ପରେ ରକ୍ଷଣାବେକ୍ଷଣ କରି ମରାମତି କରିବା କଥା କିନ୍ତୁ କରାଯାଇ ନାହିଁ ।  ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୩୨ ଖଣ୍ଡ ଆଦିମ ଜନ ଜାତି ଡଙ୍ଗରିଆ ଗାଁର ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ  ସ୍କୁଲ କଲେଜ ପିଲା, ସ୍ୱାସ୍ଥ୍ୟ ସମସ୍ୟା, ନିଜର ନିତିଦିନ ଖାଉଟି ସାମଗ୍ରୀ ଓ ଜଙ୍ଗଲ ଜାତୀୟ ଦ୍ରବ୍ୟ ଅଦା, ଲେମ୍ବୁ, କଦଳୀ, ସଫୁରୀ, ହଳଦୀ ଆଦି ଅନେକ ପ୍ରକାର ଜିନିଷ ଅଟୋରେ ଲଦି ଲୋକେ କଲ୍ୟାଣସିଂହପୁର ମୁଖ୍ୟ ବଜାରରେ ଆଣି ବିକ୍ରି କରିଥାନ୍ତି ।
ଏହି ଗୋଟିଏ ମାତ୍ର ରାସ୍ତା ନିୟମଗିରି ବାସୀଙ୍କ ସୁବିଧା ପାଇଁ ଥିବା ବେଳେ,ଏହି ରାସ୍ତା ଦେଇ ଯାଇଥିବା ଜିଓ ଟାୱାର ପାଇପ ଲାଇନ ପାଇଁ ଗାତ ଖୋଳିବା ପରେ ରାସ୍ତା ଉପରେ ମାଟି ଜମି ରହି ରାସ୍ତା ପୁରା ଶୋଚନୀୟ ହୋଇ ପଡିଛି । ଯାହା ଫଳରେ ଦୁଇ ଚକିଆ ଓ ଚାରି ଚକିଆ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବର୍ଷା ଦିନରେ  ପାହାଡ଼ରୁ ଆସୁଥିବା ବର୍ଷା ପାଣି ଖାଲ ଖମା ହୋଇ ରାସ୍ତା ମଝିରେ କାଦୁଅ ପାଣି ଜମି ରହି ରାସ୍ତା ଜଳମଗ୍ନ ହୋଇ ପଡୁଛି, ଯାହା ଦ୍ୱାରା ଗମନାଗମନରେ ଅନେକ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି । ଅବହେଳିତ ଅବସ୍ଥାରେ ପଡିରହିଥିବା ଏହି ରାସ୍ତାର ମରାମତି ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories