www.samajalive.in
Saturday, December 6, 2025
26.1 C
Bhubaneswar

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ଶ୍ରାଦ୍ଧୋତ୍ସବ : ‘ନନ୍ଦନକାନନ ଥିଲା ବାବୁଜୀଙ୍କ ପରିକଳ୍ପନା’

କଟକ : ରାଜ୍ୟର ବିକାଶ ମନ୍ତ୍ରୀ ଥିବା ସମୟରେ ବାବୁଜୀ (ଡ. ରାଧାନାଥ ରଥ) କାଞ୍ଜିଆ ହ୍ରଦ ନିକଟ ପ୍ରାକୃତିକ ପରିବେଶରେ ଚିଡ଼ିଆଖାନା କରିବାର ପରିକଳ୍ପନା କରିଥିଲେ। ସେ ମଧ୍ୟ ଏହାର ନାମ ନନ୍ଦନକାନନ ଦେଇଥିଲେ। ତେଣୁ ନନ୍ଦନକାନନ ମୁଖ୍ୟ ଫାଟକ ନିକଟରେ ସରକାର ବାବୁଜୀଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ସହ ନନ୍ଦନକାନନର ଏକ ପୂର୍ଣ୍ଣାଙ୍ଗ ଇତିହାସ ମୁଦ୍ରଣ କରିବା ପାଇଁ ବାବୁଜୀଙ୍କ ଶ୍ରାଦ୍ଧୋତ୍ସବରେ ଦାବି ଉପସ୍ଥାପନ କରିଛନ୍ତି ତାଙ୍କର ସୁକନ୍ୟା ଡ. ମନୋରମା ମହାପାତ୍ର।
ଡ. ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ ଓ ସାମ୍ବାଦିକ କଲ୍ୟାଣ ପାଣ୍ଠି, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଶ୍ରୀରାମଚନ୍ଦ୍ର ଭବନଠାରେ ଟ୍ରଷ୍ଟ ସଭାପତି ଜଷ୍ଟିସ ଏ. ଏସ୍‍. ନାଇଡ଼ୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଡ. ରାଧାନାଥ ରଥଙ୍କ ଶ୍ରାଦ୍ଧୋତ୍ସବରେ ଉଦ୍‍ଘାଟକ ରାଜ୍ୟସଭା ସାଂସଦ ସୁବାସ ସିଂହ କହିଲେ, ରାଷ୍ଟ୍ରର ସ୍ୱାର୍ଥ କଥା ସର୍ବଦା ଚିନ୍ତା କରୁଥିଲେ ବାବୁଜୀ। ଜଣେ ଦକ୍ଷ, ନୀତିନିଷ୍ଠ ରାଜନେତା ଭାବେ ଶ୍ରମିକ ତଥା ଦୁର୍ବଳ ବର୍ଗର ଲୋକଙ୍କ ଉନ୍ନତି କଥା ଚିନ୍ତା କରୁଥିଲେ ସେ। ଶ୍ରମିକମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇପାରିଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ପ୍ରାକ୍ତନ ସୂଚନା କମିସନର ତଥା ସମାଜସେବୀ ଶ୍ରୀ ଜଗଦାନନ୍ଦ କହିଲେ, ନିରପେକ୍ଷ ତଥା ନିର୍ଭୀକ ସାମ୍ବାଦିକତା ପାଇଁ ଯାହା ଦରକାର ତାହା ରାଧାନାଥ ରଥଙ୍କଠାରେ ଥିଲା। ବାବୁଜୀ ସର୍ବଦା ସତ୍ୟ ଆଧାରିତ ଖବର ଉପରେ ଗୁରୁତ୍ୱ ଦେଉଥିଲେ। ଆଜିର ଦିନରେ କ୍ଷୁଦ୍ରଚାଷୀ, ପ୍ରବାସୀ ଶ୍ରମଜୀବୀଙ୍କ ବିଷୟରେ ଅଧିକ ଖବର ପରିବେଷଣର ଆବଶ୍ୟକତା ରହିଛି। ସାମାଜିକ କାର୍ଯ୍ୟ ଆଗରେ ଓ ସରକାର ପଛରେ ରହିଲେ ସମାଜ ଆଗକୁ ଯିବ। ଗଣତନ୍ତ୍ର କିପରି ମଜଭୁତ ହେବ ତାହା ଆଜି ବାବୁଜୀଙ୍କ ସ୍ମୃତି ଦିବସରେ ଏକ ଆହ୍ୱାନ ହେଉ ବୋଲି ସେ କହିଥିଲେ। ଏହି ଅବସରରେ ମୟୂରଭଞ୍ଜର ରଣଜିତ୍‍ କୁମାର ସାହୁଙ୍କୁ ସାମ୍ବାଦିକ ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରସ୍କାର ସ୍ୱରୂପ ତାଙ୍କୁ ୧୦ ହଜାର ଟଙ୍କା, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ସଭାପତି ଜଷ୍ଟିସ ନାଇଡ଼ୁ କହିଲେ, ଗଣତନ୍ତ୍ରର ରକ୍ଷା ସବୁବେଳେ ସାମ୍ବାଦିକ କରନ୍ତି। ସାମ୍ବାଦିକତାରେ ସ୍ୱଚ୍ଛତା ରହିବା ଆବଶ୍ୟକ ବୋଲି ସେ କହିଥିଲେ। ଟ୍ରଷ୍ଟ ଉପସଭାପତି ଡ. ସତ୍ୟ ରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ। କୋଷାଧ୍ୟକ୍ଷ ମୁରଲୀଧର ସାମଲ ମାନପତ୍ର ପାଠ କରିଥିଲେ। ସଂଗଠନ ସମ୍ପାଦକ ଦ୍ୱୀପାୟନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ମୀରା ବେଉରା ସହଯୋଗ କରିଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories