www.samajalive.in
Monday, December 8, 2025
27.1 C
Bhubaneswar

୩ୟ ସନ୍ତାନଙ୍କୁ ଭୋଟ ଦେବା ଅଧିକାର ଓ ସରକାରୀ ସୁବିଧା ମିଳିବା ଅନୁଚିତ: ବାବା ରାମଦେବ

ହରିଦ୍ବାର: ଦେଶରେ ଦ୍ରୁତ ଜନସଂଖ୍ୟା ବୃଦ୍ଧିକୁ ରୋକିବା ଲାଗି ଯୋଗଗୁରୁ ବାବା ରାମଦେବ ଅଭିନବ ପରାମର୍ଶ ଦେଇଛନ୍ତି। ବାବା ରାମଦେବ କହିଛନ୍ତି, କୌଣସି ଦମ୍ପତି ୩ୟ ସନ୍ତାନ କିମ୍ବା ୨ରୁ ଅଧିକ ସନ୍ତାନ ଜନ୍ମ ଦେଲେ ସେହି ପିଲାମାନଙ୍କୁ ଭୋଟ ଦେବାର ଅଧିକାର ଏବଂ ଅନ୍ୟାନ୍ୟ ସରକାରୀ ସେବା ଦିଆଯିବା ଅନୁଚିତ।

ହରିଦ୍ବାରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେବା ସମୟରେ ବାବା ରାମଦେବ କହିଥିଲେ, ଆଗାମୀ ୫୦ ବର୍ଷ ମଧ୍ୟରେ ଦେଶର ଜନସଂଖ୍ୟା ୧୫୦ କୋଟି ଡେଇଁବା ଅନୁଚିତ। ତେଣୁ ଦମ୍ପତିଙ୍କର ୩ୟ ସନ୍ତାନ କିମ୍ବା ତା’ଠାରୁ ଅଧିକ ସନ୍ତାନ ଜନ୍ମ ଦେଲେ ସେମାନଙ୍କୁ ଭୋଟ ଦେବାର ଅଧିକାର ଏବଂ ସରକାରୀ ସୁବିଧା ନ ଦେବା ଲାଗି ଆମେ ଯଦି କିଛି ଆଇନ ଲାଗୁ କରିପାରିବା ତା’ହେଲେ ଏହା ସମ୍ଭବ ହୋଇପାରିବ। ଏହି ପିଲାମାନଙ୍କୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ହାସଲରୁ ବାରଣ କରିବା ଉଚିତ।

- Advertisement -

ଯଦି ଏଭଳି ଆଇନ ଲାଗୁ କରାଯାଆନ୍ତା, ତେବେ ସେ ଯେକୌଣସି ଧର୍ମର ଲୋକ ହୁଅନ୍ତୁ, ଅଧିକ ସନ୍ତାନ ଜନ୍ମ ଦିଅନ୍ତେ ନାହିଁ​‌ ବୋଲି ବାବା ରାମଦେବ କହିଥିଲେ। ଏଥିସହିତ ସେ ଗୋହତ୍ୟାକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ଦାବି କରିଛନ୍ତି। ଏହା ହୋଇପାରିଲେ ଗୋଚାଲାଣକାରୀ ଏବଂ ଗୋ ରକ୍ଷକଙ୍କ ମଧ୍ୟରେ ବିବାଦ ମଧ୍ୟ ବନ୍ଦ ହୋଇପାରିବ। ଯେଉଁମାନେ ମାଂସ ଖାଇବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ମାଂସ ରହିଛି, ତାହାକୁ ସେମାନେ ଖାଇପାରିବେ। ସେହିପରି ଦେଶରେ ମଦ ବନ୍ଦ କରିବାକୁ ମଧ୍ୟ ବାବା ରାମଦେବ ଦାବି କରିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories