www.samajalive.in
Saturday, December 6, 2025
26.1 C
Bhubaneswar

ତିନି ମାସ ହେଲା ହାତବାନ୍ଧି ବସିଛନ୍ତି ଆଖଣ୍ଡଳମଣିଙ୍କ ସେବାୟତ

ଆରଡି : ମହମାରୀ କରୋନା ପାଇଁ ଗତ ମାର୍ଚ୍ଚ ୨୦ରୁ  ଦୀର୍ଘ ୩ମାସ ହେବ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକଡାଉନ ଯୋଗୁଁ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିବା ସହିତ ଆଗନ୍ତୁକ ଭକ୍ତମାନଙ୍କର ପୂଜାର୍ଚ୍ଚନା  ଓ ଦର୍ଶନ ବନ୍ଦ ରହିଛି। ଯାହାଫଳରେ ଦୀର୍ଘ ୩ମାସ ହେବ ୪/୫ଶହ ସେବାୟତମାନେ  ଦୈନଦିନ ପାଳି ଅନୁଯାୟୀ ସାମଜିକ ଦୂରତା ରକ୍ଷାକରିବା ସହ ମାକ୍ସ ପରିଧ୍ୟାନ କରି ମଣିବାବଙ୍କର ନୀତିକାନ୍ତି ଓ ସମସ୍ତ ସେବାପୂଜା ସୂଚାର ରୂପେ  କରିଆସୁଥିଲେ ମଧ୍ୟ ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳିପାରିନାହିଁ। ଏପରିକି ମନ୍ଦିରର ଶତପ୍ରତିଶତ ସେବାୟତ ଭକ୍ତମାନଙ୍କ ଦାନ ଦକ୍ଷିଣାରେ ଜୀବିକା ପୋଷଣ କରୁଥିବାରୁ ୩ମାସ ହେବ ଭକ୍ତ ଆସୁନଥିବାରୁ ହାତବାନ୍ଧି ବସି ରହିଛନ୍ତି ୨୫୦ ପରିବାରର ୪ରୁ ୫ଶହ ସେବାୟତ। ଏପରି ଖବର ଇନମ୍ପୋସିସ ପାଇବା ପରେ ମଙ୍ଗଳବାର ଇନମ୍ପରାସିସର ମୁଖ୍ୟ ସୁଦାମୁକ୍ତି ସେବାୟତ ବଳରାମ ପାଢୀଙ୍କ ନେତୃତ୍ୱରେ ମନ୍ଦିରର ସମସ୍ତ ସେବାୟତମାନଙ୍କୁ  କିଛିଦିନ ଆହାର ନିମନ୍ତେ ଶୁଖିଲା ଖାଦ୍ୟ ଓ ମାକ୍ସ ବଣ୍ଟନ କରାଯାଇଥିଲା। ଯାହାକୁ ନେଇ ସେବାୟତମାନେ ମଣିବାବଙ୍କ ନିକଟରେ  ଇନମ୍ପୋସିସର ମଙ୍ଗଳକାମନା କରିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories