www.samajalive.in
Sunday, December 7, 2025
16.1 C
Bhubaneswar

ରେଳବିଭାଗ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ

ସୁଆଣ୍ଡୋ :  ପୂର୍ବତଟ ରେଳବାଇ ପକ୍ଷରୁ ୧୮ ତାରିଖରୁ ଆରମ୍ଭ ହୋଇଥିବା ଆଜାଦୀ କା ଅମୃତ ମହୋତ୍ସବ ପୁରୀ ଜିଲା ସାକ୍ଷୀଗୋପାଳ ରେଳ ଷ୍ଟେସନରେ ଶନିବାର ଉଦଯାପିତ ହୋଇଯାଇଛି । ସମ୍ବଲପୁର, କଟକ, ଖୋର୍ଦ୍ଧା ଓ ସାକ୍ଷୀଗୋପାଳରେ ଏହା ପାଳନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ  ଅତିଥି ଭାବେ ଅତିରିକ୍ତ ରେଳ ପ୍ରବନ୍ଧକ ଅଶୋକ କୁମାର ଯୋଗ ଦେଇଥିଲେ । ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଆମନ୍ତ୍ରିତ ସ୍ୱାଧୀନତା ସଂଗ୍ରାମୀଙ୍କ ପୁତ୍ର ବଳରାମ ବେହେରା, ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀ ଲକ୍ଷ୍ମୀ ପାତ୍ର ଓ ପୁତ୍ର ଅମର ପାତ୍ରଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି । ରେଳବିଭାଗ ଉତ୍ସର୍ଗୀକୃତ ଭାବେ ଦେଶର ଜନସାଧାରଣଙ୍କ ସେବାରେ ନିରନ୍ତର ପ୍ରୟାସ ଜାରି ରଖିଛି ବୋଲି ମୁଖ୍ୟ ଅତିଥି ଅଶୋକ କୁମାର କହିଥିଲେ ।

ସତ୍ୟବାଦୀର ବରିଷ୍ଠ ନାଗରିକ, ସମାଜ ସେବୀ, ବୁଦ୍ଧିଜୀବୀ, ସାମ୍ବାଦିକ, ଆଇନଜୀବୀ, ଜନପ୍ରତିନିଧି ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଉପସ୍ଥିତଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଚିନ୍ମୟ ରାଉତ, ସୁମନ୍ତ ଘଟୁଆରୀ, ଦେବଦତ୍ତ ସାମନ୍ତରାୟ, ରେଳ ଯାତ୍ରୀ ଓ ବରିଷ୍ଠ ନାଗରିକ ବାବନ ବରାଳ ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଉତ୍ସବ ଉଦଯାପନ କରାଯାଇଥିଲା ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories