ମୁମ୍ବଇ: ବିଶ୍ୱ ମାତୃତ୍ୱ ଦିବସ ଅର୍ଥାତ୍ ମାଆମାନଙ୍କ ପାଇଁ ସ୍ୱତନ୍ତ୍ର ଦିନଟିଏ। ଦିନଟିକୁ ମାଆ ପାଇଁ ଉତ୍ସର୍ଗ କରି ବିଭିନ୍ନ ଲୋକ ଭିନ୍ନ ଭିନ୍ନ ଉପାୟରେ ଏହାକୁ ପାଳନ କରୁଛନ୍ତି। ଏହି ଅବସରରେ ବଲିଉଡ଼ କଳାକାରମାନେ ମଧ୍ୟ ନିଜ ନିଜ ମାଆଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବଲିଉଡ଼ର ବହୁମୁଖୀ ପ୍ରତିଭା ଆୟୁଷ୍ମାନ ଖୁରାନା ଦିନଟିକୁ ଖାସ୍ କରିବା ପାଇଁ ଏକ ଗୀତ ରିଲିଜ କରିଛନ୍ତି।
ଆୟୁଷ୍ମାନ ଏହି ଗୀତକୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରିଲିଜ କରିଛନ୍ତି। ମାଆ ପାଇଁ ଉତ୍ସର୍ଗ ହୋଇଥିବା ଏହି ଗୀତର ନାଁ ରହିଛି ‘ମା’। ଗୀତ ସହିତ ଆୟୁଷ୍ମାନ ଏକ ଖାସ ପୋଷ୍ଟ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି, ‘ ମା’ ଲଗାତର ଏବଂ ନିଃସ୍ୱାର୍ଥପର ଭାବେ ଆମକୁ ସମ୍ଭାଳିଥାନ୍ତି। ବିଶ୍ୱର ସବୁ ମାଆଙ୍କ ପାଇଁ ମୁଁ ଏହି ଗୀତଟିକୁ ଉତ୍ସର୍ଗ କରୁଛି।
https://www.instagram.com/tv/B__t5PGAEt8/?utm_source=ig_web_copy_link
ଗୀତଟିକୁ ଆୟୁଷ୍ମାନ ଖୁରାନା ଗାଇଥିବା ବେଳେ ତାଙ୍କ ବନ୍ଧୁ ରୋଚକ କୋହଲି ଏହାର ସ୍ୱର ସଂଯୋଜନା ଓ ଗୁରୁପ୍ରୀତ ସାଇନି ଏହାର ଶବ୍ଦ ସଂଯୋଜନା କରିଛନ୍ତି।



