www.samajalive.in
Tuesday, December 9, 2025
16.1 C
Bhubaneswar

ଅଟୋକୁ ଧକ୍କା ଦେଲା ଡମ୍ଫର, ୫ ମୃତ

ଲକ୍ଷ୍ନୌ : ୟୁପିର ଚିତ୍ରକୂଟରେ ବଡ ଦୁର୍ଘଟଣା ଘଟିଛି । ମଙ୍ଗଳବାର ଅମାତପୁର ଗାଁ ନିକଟରେ ଭକ୍ତଙ୍କୁ ନେଇ ଆସୁଥିବା ଏକ ଅଟୋରିକ୍ସାକୁ ଏକ ଡମ୍ଫର ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ଜଣେ ନାବାଳିକା ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ୩ ଆହତଙ୍କୁ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡମ୍ଫର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ଦେଇଛି ପୁଲିସ ।

ସୂଚନା ଅନୁସାରେ ମଙ୍ଗଳବାର କିଛି ଭକ୍ତ କର୍ଭି ରେଳ ଷ୍ଟେସନରୁ ଓହ୍ଲାଇ ଅଟୋରିକ୍ସାରେ ଚିତ୍ରକୂଟ ଯାଉଥିଲେ । ଏଥିରେ ୮ ଜଣ ଯାତ୍ରୀ ଥିଲେ । ଏହି ସମୟରେ ଅମାତପୁର ନିକଟରେ ଜାତୀୟ ରାଜପଥରେ ଏକ ଡମ୍ଫର ଭରତକୁପ ଆଡୁ ତୀବ୍ର ଗତିରେ ଆସି ଅଟୋରିକ୍ସାକୁ ଧକ୍କା ଦେଇଥିଲା । ଏଥିରେ ଅଟୋଟି କ୍ଷତିଗ୍ରସ୍ତ ହେବା ସହ ସେଥିରେ ଥିବା ଯାତ୍ରୀ ଫସି ରହିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି କ୍ରେନ୍ ମଗାଇବା ପରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଏଥିରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୫ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories