www.samajalive.in
Monday, December 8, 2025
20.1 C
Bhubaneswar

ଅଷ୍ଟ୍ରେଲିଆ ଟ୍ୱେଣ୍ଟି-୨୦ ଦଳରୁ ବାଦ୍‍ ପଡ଼ିଲେ ଷ୍ଟାର୍କ, ଲିୟନ୍‍

ମେଲବୋର୍ଣ୍ଣ : ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ୱେଣ୍ଟି-୨୦ ସିରିଜ୍‍ ନିମନ୍ତେ ଅଷ୍ଟ୍ରେଲିଆ ଦଳରୁ ବାଦ୍‍ ପଡ଼ିଛନ୍ତି ବାମହାତୀ ଦ୍ରୁତ ବୋଲର ମିଚେଲ୍‍ ଷ୍ଟାର୍କ, ସ୍ପିନର ନାଥାନ୍‍ ଲିୟନ୍‍ ଏବଂ ଅଲରାଉଣ୍ଡର ମିଚେଲ୍‍ ମାର୍ଶ। ସେହିପରି ବରିଷ୍ଠ ଦ୍ରୁତ ବୋଲର ପିଟର୍‍ ସିଡ୍‍ଲେଙ୍କୁ ମଧ୍ୟ ଘୋଷିତ ଦଳରୁ ବାଦ୍‍ ଦିଆଯାଇଛି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଅଷ୍ଟ୍ରେଲିଆ ଦଳର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ୍‍ ଲାଙ୍ଗର କହିଛନ୍ତି ଆଗାମୀ ଦିନରେ ଦଳ ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍‍ ଖେଳିବ। ଏହି ସିରିଜ୍‍ ବେଶ୍‍ ସଂଘର୍ଷପୂର୍ଣ୍ଣ ହେବାର ଆଶା ରହିଛି। ଏହାକୁ ଦୃଷ୍ଟିରେ ରଖି ଷ୍ଟାର୍କ, ଲିୟନ୍‍ ଓ ମିଚେଲ୍‍ ମାର୍ଶଙ୍କୁ ଟ୍ୱେଣ୍ଟି-୨୦ ଦଳରୁ ବାଦ୍‍ ଦିଆଯାଇ ଟେଷ୍ଟ ସିରିଜ୍‍ ପ୍ରସ୍ତୁତି ନିମନ୍ତେ ଘରୋଇ ସେଫିଲ୍‍ଡ ସିଲର୍ଡ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ କୁହାଯାଇଛି।
ଦ୍ରୁତ ବୋଲର ଜାସନ୍‍ ଭେରେନ୍‍ଡର୍ଫଙ୍କୁ ଷ୍ଟାର୍କଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଥିବା ବେଳେ ନାଥାନ୍‍ କୌଲଟର ନାଇଲ୍‍ ଏବଂ ବିଲି ଷ୍ଟାନଲେକ୍‍ଙ୍କୁ ମଧ୍ୟ ସ୍ଥାନ ମିଳିଛି। ପାକିସ୍ତାନ ବିପକ୍ଷ ଟ୍ୱେଣ୍ଟି-୨୦ ସିରିଜ୍‍ ନିମନ୍ତେ ଅଷ୍ଟ୍ରେଲିଆ ଦଳରୁ ବାଦ୍‍ ପଡ଼ିଥିବା ମାର୍କସ୍‍ ଷ୍ଟୋଇନିସ୍‍ ଦଳକୁ ଫେରିଛନ୍ତି। ଦଳ ନିମନ୍ତେ ବାମହାତୀ ଦ୍ରୁତ ବୋଲରଙ୍କ ଆବଶ୍ୟକତା ରହିଥିବାରୁ ଭେରେନ୍‍ଡର୍ଫଙ୍କୁ ସାମିଲ କରାଯାଇଥିବା ବେଳେ ସଂପୂର୍ଣ୍ଣ ଭାବେ ଫିଟ୍‍ ହେବା ପରେ ଷ୍ଟୋଇନିସ ଦଳକୁ ଫେରିଥିବା ଲାଙ୍ଗର ସୂଚନା ଦେଇଛନ୍ତି। ଦଳର ଅଧିନାୟକ ଭାବେ ଫିଞ୍ଚ ଦାୟିତ୍ୱ ନିର୍ବାହ କରିବେ।
ସୂଚନାଥାଉକି ବଲ୍‍ ଟାମ୍ପରିଂ ବିବାଦ ପରେ ଅଷ୍ଟ୍ରେଲିଆ କ୍ରିକେଟ୍‍ର ଅଧୋଗତି ଘଟିଛି। ଦଳ ୧୯ଟି ଦିନିକିଆରୁ ୧୭ଟିରେ ପରାସ୍ତ ହୋଇଛି। ଏହାବାଦ୍‍ ଦଳ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ଠାରୁ ଟେଷ୍ଟ ସିରିଜ ହାରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ଏକମାତ୍ର ଟ୍ୱେଣ୍ଟି-୨୦ ମ୍ୟାଚ୍‍ ଗୋଲ୍‍ଡକୋଷ୍ଟରେ ଆସନ୍ତା ୧୭ରେ ଖେଳିବା ପରେ ଭାରତ ବିପକ୍ଷରେ ୩ ମ୍ୟାଚ୍‍ ବିଶିଷ୍ଟ ଟ୍ୱେଣ୍ଟି-୨୦ ସିରିଜ୍‍ ଖେଳିବ।
ଅଷ୍ଟ୍ରେଲିଆ ଟ୍ୱେଣ୍ଟି-୨୦ ଦଳ : ଆରୋନ୍‍ ଫିଞ୍ଚ୍‍ (ଅଧିନାୟକ), ଆଲେକ୍‍ସ କ୍ୟାରେ, ଆଷ୍ଟନ ଆଗର, ଜାସନ୍‍ ଭେରେନ୍‍ଡର୍ଫ, ନାଥାନ୍‍ କୌଲଟର ନାଇଲ୍‍, କ୍ରିସ୍‍ ଲିନ୍‍, ଗ୍ଲେନ୍‍ ମ୍ୟାକ୍‍ସୱେଲ, ବେନ୍‍ ମ୍ୟାକଡରମଟ୍‍, ଡି’ ଆର୍ସି ସଟ୍‍, ବିଲି ଷ୍ଟାନଲେକ୍‍, ମାର୍କସ ଷ୍ଟୋଇନିସ, ଆଣ୍ଡ୍ରୁ ଟାଏ ଓ ଆଦାମ ଜମ୍ପା।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories