www.samajalive.in
Friday, December 12, 2025
19.1 C
Bhubaneswar

ଚାରି ଦିନପରେ ଆରମ୍ଭ ହେବ ଟିମ୍ ଇଣ୍ଡିଆର ମିଶନ୍‌ ଅଷ୍ଟ୍ରେଲିଆ, ଜାଣନ୍ତୁ କେବେ ଏବଂ କେଉଁଠି ହେବ ମ୍ୟାଚ୍‌

ମେଲବର୍ଣ୍ଣ : ମହାମାରୀ କରୋନା ମଧ୍ୟରେ ଭାରତୀୟ କ୍ରିକେଟ ଟିମ୍‌ ଏହାର ପ୍ରଥମ ସିରଜ୍‌ ଖେଳିବାକୁ ପ୍ରସ୍ତୁତ ହେଉଛି। ୟୁଏଇରେ ଆଇପିଏଲ୍‌ର ୧୩ ତମ ସଂସ୍କରଣ ସଫଳତାର ସହ ଶେଷ ହେବାପରେ ଭାରତୀୟ କ୍ରିକେଟ ଟିମ୍‌ ଅଷ୍ଟ୍ରେଲିଆରେ ଦ୍ୱିପାକ୍ଷିକ ସିରିଜ୍  ଖେଳିବା ପାଇଁ ଯାଇଛି। ଏହାରି ମଧ୍ୟରେ ଆଉ ମାତ୍ର ଚାରି ଦିନ ପରେ ଅର୍ଥାତ ନଭେମ୍ବର ୨୭ ଶୁକ୍ରବାର ଠାରୁ ଭାରତୀୟ ‘ବ୍ଲୁ ବ୍ରିଗେଡ୍’ର ମିଶନ ଅଷ୍ଟ୍ରେଲିଆ ଆରମ୍ଭ କରିବ। ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିପାକ୍ଷିକ ସିରିଜ୍‌ରେ ଭାରତ ୩ ଟି ଟି-୨୦, ୩ ଟି ଦିନିକିଆ ଏବଂ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ଭାରତ-ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିପାକ୍ଷିକ ସିରିଜ୍‌ରେ ପ୍ରଥମେ ଦିନିକିଆ, ପରେ ଟି-୨୦ ଏବଂ ଶେଷରେ ଟେଷ୍ଟ ମ୍ୟାଚ୍ ଖେଳିବ। ଭାରତୀୟ ‘ବ୍ଲୁ ବ୍ରିଗେଡ୍’ର ମିଶନ ଅଷ୍ଟ୍ରେଲିଆ ନଭେମ୍ବର ୨୭ ଶୁକ୍ରବାର ସିଡନୀ ଦିନିକିଆରୁ ଆରମ୍ଭ ହେବ।

ତିନି ଦିନିକିଆ ମ୍ୟାଚ୍‌ ସିରିଜର କାର୍ଯ୍ୟସୂଚୀ (ଭାରତୀୟ ସମୟ ଅନୁଯାୟୀ ସମସ୍ତ ମ୍ୟାଚ୍)

- Advertisement -

୨୭ ନଭେମ୍ବର: ସିଡନୀରେ ପ୍ରଥମ ଦିନିକିଆ (ସକାଳ ୯:୧୦)
2୯ ନଭେମ୍ବର: ସିଡନୀରେ ଦ୍ୱିତୀୟ ଦିନିକିଆ (ସକାଳ ୯:୧୦)
୦୨ ଡିସେମ୍ବର: କାନବେରାରେ ତୃତୀୟ ଦିନିକିଆ (ସକାଳ ୯:୧୦ )

ତିନୋଟି ଟି-୨୦ ମ୍ୟାଚ୍‌ ସିରିଜର କାର୍ଯ୍ୟସୂଚୀ (ଭାରତୀୟ ସମୟ ଅନୁଯାୟୀ ସମସ୍ତ ମ୍ୟାଚ୍)

0୪ ଡିସେମ୍ବର: କାନବେରାରେ ପ୍ରଥମ ଟି-୨୦ (ଅପରାହ୍ନ ୧:୪୦)
0୬ ଡିସେମ୍ବର: ସିଡନୀରେ ଦ୍ୱିତୀୟ ଟି-୨୦ (ଅପରାହ୍ନ ୧:୪୦)
0୮ ଡିସେମ୍ବର: ସିଡନୀରେ ତୃତୀୟ ଟି-୨୦ (ଅପରାହ୍ନ ୧:୪୦)

ଚାରୋଟି ଟେଷ୍ଟ ମ୍ୟାଚ୍ ସିରିଜର କାର୍ଯ୍ୟସୂଚୀ (ଭାରତୀୟ ସମୟ ଅନୁଯାୟୀ ସମସ୍ତ ମ୍ୟାଚ୍)

୧୭-୨୧ ଡିସେମ୍ବର: ଆଡିଲେଡରେ ପ୍ରଥମ ଟେଷ୍ଟ ମ୍ୟାଚ୍ (ସକାଳ ୯.୩୦ 9:30) (ଦିନ-ରାତି)
୨୬-୩୦ ଡିସେମ୍ବର: ମେଲବୋର୍ଣ୍ଣରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ (ସକାଳ ୫:୦୦)
୦୩-୦୭ ଜାନୁଆରୀ: ସିଡନୀରେ ତୃତୀୟ ଟେଷ୍ଟ ମ୍ୟାଚ୍ (ସକାଳ ୫:୦୦)
୧୫–୧୯ ଜାନୁଆରୀ: ବ୍ରିସବେନ୍‌ ଚତୁର୍ଥ ଟେଷ୍ଟ ମ୍ୟାଚ୍ (ସକାଳ ୫:୦୦)

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ଦଳ

ଟି -୨୦ ଦଳ : ବିରାଟ କୋହଲି (କ୍ୟାପଟେନ), ଶିଖର ଧାୱନ, ମୟଙ୍କ ଅଗ୍ରୱାଲ, ଲୋକେଶ ରାହୁଲ, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ୍, ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ଶାମି , ଦୀପକ ଚହର ଏବଂ ଟି ନଟରାଜନ୍ ।

ଦିନିକିଆ ଦଳ : ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଶୁଭମନ ଗିଲ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ରବିନ୍ଦ୍ର ଜାଡେଜା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା, ନବଦିପ୍‌ ସାଇନ୍‌, ମହମ୍ମଦ ଶାମି, ଶର୍ଦ୍ଧାଳ ଠାକୁର ଏବଂ ସଞ୍ଜୁ ସାମସନ୍ ।

ଟେଷ୍ଟ ଦଳ: ବିରାଟ କୋହଲି (କ୍ୟାପଟେନ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ପୃଥୀ ଶ, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ହନୁମା ବିହାରୀ, ଶୁଭମ ଗିଲ, ରିଦ୍ଧିମାନ ସାହା, ଋଷଭ ପନ୍ତ, ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି, ଉମେଶ ଯାଦବ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ ଏବଂ ମହମ୍ମଦ ସିରାଜ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories