ନୂଆଦିଲ୍ଲୀ: ଅଗସ୍ଥା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର ମାମଲାରେ ଗିରଫ ହୋଇଥିବା ପ୍ରତିରକ୍ଷା ଏଜେଣ୍ଟ ସୁଶେନ ମୋହନ ଗୁପ୍ତାର ଜାମିନୀ ଆବେଦନକୁ ବିରୋଧ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି, ଯେଉଁଭଳି ଅପରାଧିକ ମାମଲାରେ ଅଭିଯୁକ୍ତ ୩୬ଜଣ ବ୍ୟବସାୟୀ ଏବେ ଦେଶ ଛାଡି ପଳେଇଛନ୍ତି, ସେହିଭଳି ସୁଶେନ ମଧ୍ୟ ବିଦେଶ ପଳେଇ ଯାଇପାରନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଓକିଲ ଡି.ପି. ସିଂହ ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାରଙ୍କୁ କହିଛନ୍ତି ଯେ ସୁଶେନ ମୋହନ ଜଣେ ସାମାଜିକ ବ୍ୟକ୍ତି ନୁହନ୍ତି ଏବଂ ସେ ବିଜୟ ମାଲ୍ୟା, ନୀରବ ମୋଦି ଭଳି ଜଣେ ବ୍ୟକ୍ତି। ସେମାନଙ୍କର ମଧ୍ୟ ସମାଜରେ ସମସ୍ତଙ୍କ ସହ ସମ୍ପର୍କ ଥିଲା କିନ୍ତୁ ସେମାନେ ଦେଶ ଛାଡି ବିଦେଶ ପଳେଇ ଯାଇଛନ୍ତି। ତାଙ୍କୁ ଜାମିନ ପ୍ରଦାନ କରାଗଲେ, ସେ ସାକ୍ଷୀମାନଙ୍କୁ ପ୍ରବର୍ତ୍ତାଇ ପାରନ୍ତି କାରଣ ତଦନ୍ତ ଏବେ ଗୁରୁତ୍ୱପୂର୍ଣ ପର୍ଯ୍ୟାୟରେ ପହଞ୍ଚିଛି।
ଇଡି ଅଧିକାରୀ କହିଛନ୍ତି, ଏହି ମାମଲାରେ ସୁଶେନ ଜଣେ ଗୁରୁତ୍ୱପୂର୍ଣ ସାକ୍ଷୀ ଯାହାଙ୍କ ଭୂମିକା ଅଗସ୍ଥା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର ମାମଲାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ।



