ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅବମାନନା ଅଭିଯୋଗ ଆଣିଛନ୍ତି ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ। ସିବିଆଇ ନିର୍ଦେଶକ ମନୋନୟନ କମିଟି ବୈଠକ କାର୍ଯ୍ୟସୂଚୀ ସଂକ୍ରାନ୍ତରେ ସରକାର ସୁପ୍ରିମକୋର୍ଟକୁ ଭୁଲ ତଥ୍ୟ ଦେଇ ଭୂଆଁ ବୁଲାଇଛନ୍ତି ବୋଲି ଭୂଷଣ ଫେବୃଆରୀ ୧ରେ ଟ୍ବିଟ୍ କରିଥିଲେ। ଏହା ଦ୍ବାରା ଆଟର୍ଣ୍ଣି ଜେନେରାଲଙ୍କ ସାଧୁତା ଓ ନିଷ୍ଠା ପ୍ରତି ଆଞ୍ଚ ଆସିଛି ବୋଲି ବେଣୁଗୋପାଳ ଦର୍ଶାଇଛନ୍ତି। ନୂଆ ସିବିଆଇ ନିର୍ଦେଶକ ନିଯୁକ୍ତି ନେଇ କମିଟି ବୈଠକର ନିଷ୍ପତ୍ତିକୁ ଜଉମୁଦ ଲଫାପାରେ ବେଣୁଗୋପାଳ ସୁପ୍ରିମକୋର୍ଟରେ ଉପସ୍ଥାପନ କରିବା ପରେ ଭୂଷଣ ଏଭଳି କହିଥିଲେ।
Popular Categories



