ଚଢାଉ ବେଳେ ଫ୍ଲାଇଂ ସ୍କ୍ବାଡ୍କୁ ଆକ୍ରମଣ
ବାଲେଶ୍ବର : ରୁପସା ପାଟପୁର ଗ୍ରାମରେ ଫ୍ଲାଇଂ ସ୍କ୍ବାଡ ଟିମ ଚଡାଉ କରିବା ବେଳେ ଅଧିକାରୀମାନଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। କଟକ ଅବକାରୀ ଫ୍ଲାଇଂ ସ୍କ୍ବାଡ ଓ ବାଲେଶ୍ବର ଅବକାରୀ ବିଭାଗ ଗଞ୍ଜେଇ ଜବତ ପାଇଁ ଏହି ଗ୍ରାମକୁ ଯାଇଥିଲା। କେତେଜଣ ଗ୍ରାମବାସୀ ଅଧିକାରୀମାନଙ୍କୁ ମାଡ଼ ମାରି ଜବତ ହୋଇଥିବା ଗଞ୍ଜେଇକୁ ଛଡାଇ ନେବା ସହ ଗାଡିକୁ ଭଙ୍ଗାରୁଜା କରିଥିଲେ। ଘଟଣାରେ ସଂପୃକ୍ତ ଗଞ୍ଜେଇ ବ୍ୟବସାୟୀ ମଣ୍ଟୁ ପ୍ରଧାନ ଫେରାର ହୋଇଯାଇଥିବା ଜଣାପଡିଛି। ଫ୍ଲାଇଂ ସ୍କ୍ବାଡ ପକ୍ଷରୁ ଆକ୍ରମଣକାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି।
Comments are closed.