www.samajalive.in
Tuesday, December 9, 2025
17.1 C
Bhubaneswar

ମାଆକୁ ଡାହାଣୀ ସନ୍ଦେହରେ ପୁଅକୁ ମରଣାନ୍ତକ ଆକ୍ରମଣ

ବାଙ୍ଗିରିପୋଷି : ମାଆକୁ ଡାହାଣୀ ସନ୍ଦେହରେ ପୁଅକୁ ମରଣାନ୍ତକ ଆକ୍ରମଣ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ସାନଚାଟରା ଗ୍ରାମରେ । ସ୍ବର୍ଗତ ବନମାଳୀ ମହାନ୍ତିଙ୍କ ପୁଅ ଶ୍ରବଣ କୁମାର ମହାନ୍ତି ଘର ଭିତରେ କୌଣସି କାମ କରୁଥିବା ବେଳେ ମାଆ ଘର ସମ୍ମୁଖରେ ଛିଡା ହୋଇଥିବା ଦେଖି ବ୍ରଜଗୋପାଳ ମହାନ୍ତି ନାମକ ବ୍ୟକ୍ତି ସ୍ବର୍ଗତ ବନମାଳୀଙ୍କ ସ୍ତ୍ରୀଙ୍କୁ ଡାହାଣୀ କହି ଗାଳି ଗୁଳଜ କରିବା ସହ ଟଣା ଓଟରା କରିଥିଲେ। ଏହା ଦେଖି ପୁଅ ଶ୍ରବଣ ଛଡାଇବାକୁ ଆସିଥିବା ବେଳେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଶ୍ରବଣଙ୍କ ମୁଣ୍ଡକୁ ବ୍ରଜଗୋପାଳ ଆଘାତ କରିବାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶ୍ରବଣ ତଳେ ପଡି ଯାଇଥିଲେ । ତେବେ ଶ୍ରବଣଙ୍କ ମାଆ ପାଟି କରିବାରୁ ଗାଁ ଲୋକେ ଆସିଯିବାରୁ ସେଠାରୁ ଚମ୍ପଟ ମାରିଥିଲେ ବ୍ରଜଗୋପାଳ । ଗାଁ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଶ୍ରବଣଙ୍କୁ ଉଦ୍ଧାର କରି ପ୍ରଥମେ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବାରିପଦା ପିଆରଏମ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories