www.samajalive.in
Monday, December 8, 2025
27.1 C
Bhubaneswar

ଫସଲବୀମା ପ୍ରଦାନରେ ଅବହେଳା ଅଭିଯୋଗ; ଚାଷୀ ଆନ୍ଦୋଳନ ଡାକରା

ସାକ୍ଷୀଗୋପାଳ : ପ୍ରଧାନମନ୍ତ୍ରୀ ଫସଲବୀମା କ୍ଷତିପୂରଣ ପ୍ରଦାନରେ ଅଵହେଳା ଅଭିଯୋଗ କରି ସତ୍ୟଵାଦୀ ଵ୍ଲକର ଶୁକଳ ଓ ଆଳିଶ ପଞ୍ଚାୟତର ଶତାଧିକ କୃଷକ ଆନ୍ଦୋଳନ ଡାକରା ଦେଇଛନ୍ତି। ନୂଆ ଜଗନ୍ନାଥ ସଡକ ପାର୍ଶ୍ବ ମହାଵୀର ମନ୍ଦିରରେ କୃଷକମାନେ ସୋମବାର ଦିନ ଏକ ପ୍ରତିଵାଦ ସଭାରେ ଏକାଠି ହୋଇଥିଲେ।

ସୂଚନାଯୋଗ୍ୟ, ୨୦୨୧ ମସିହା ଖରିଫ ଧାନ ଫସଲ ପାଇଁ କୃଷକମାନେ ପ୍ରଧାନମନ୍ତ୍ରୀ ଫସଲବୀମା ପ୍ରିମିୟମ ଦେଇଥିଲେ। ପ୍ରାକୃତିକ ବିତ୍ପାତରେ ସେମାନଙ୍କ ଫସଲ ନଷ୍ଟ ହୋଇଥିଲା। ସରକାରୀ କର୍ମଚାରୀ ଓ ଵୀମାକମ୍ପାନୀ ମିଳିତ ଭାବେ କ୍ରପ୍ କଟିଙ୍ଗ କରି କ୍ଷୟକ୍ଷତି ହାର ଆକଳନ କରିଥିଲେ। ଇତିମଧ୍ୟରେ ଏକ ବର୍ଷ ବିତିଯାଇଛି। ହେଲେ କ୍ଷତିପୂରଣ ମିଳୁନାହିଁ। ଏହି ସମାସ୍ୟାର ସମାଧାନ କରି ତୁରନ୍ତ କ୍ଷତିପୂରଣ ରାଶି ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଜୟ ବଜରଙ୍ଗୀ କୃଷକ ସଂଗଠନ ବୀମାକମ୍ପାନୀ, ରାଜ୍ୟ ସରକାରଙ୍କ କୃଷି ଵିଭାଗ, ଆଞ୍ଚଳିକ ଅଧିକାରୀ, ପୁରୀ ଜିଲ୍ଲାପାଳ, ଏସପି ଓ ଜିଲ୍ଲା କୃଷି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିଛି ସୁଫଳ ନମିଳିବାରୁ ସେମାନେ ଅନୁଷ୍ଠିତ ପ୍ରତିଵାଦ ସଭାରେ ଆଗକୁ ଆନ୍ଦୋଳନ ଜୋରଦାର କରିଵେ ବୋଲି କଡ଼ା ଚେତାବନୀ ଦେଇଛନ୍ତି। ଉକ୍ତ ସଭାରେ ସଂଗଠନର ଆବାହକ କୁଞ୍ଜଵିହାରୀ ସାହୁ, ଶ୍ରୀଧର ବିଶ୍ଵାଳ, କାର୍ତ୍ତିକ ସ୍ଵାଇଁ ପ୍ରମୁଖ କୃଷକ ନେତା ସରପଞ୍ଚ ଲଳିତ ମୋହନ ସେନାପତି ଓ ସୁରେଷ ଚନ୍ଦ୍ର ସେଠୀ ଉଦବୋଧନ ଦେଇ ୧୦ ଦିନ ମଧ୍ୟରେ ଦାବି ପୂରଣ ନହେଲେ କ୍ଷତିଗ୍ରସ୍ତ ଚାଷୀମାନେ ରାସ୍ତାରୋକ ଆନ୍ଦୋଳନ କରିବେ ବୋଲି କହିଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories