www.samajalive.in
Monday, December 8, 2025
17.1 C
Bhubaneswar

ବଟେଶ୍ୱର ସମୁଦ୍ରରେ ବୁଡ଼ି ଜଣେ ମୃତ; ୨ ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଂଚାୟତର କଣ୍ଟିଆଗଡ଼ ନିକଟରେ ଥିବା ବଟେଶ୍ୱର ଶୈବପୀଠ ନିକଟସ୍ଥ ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ମୃତକ ଜଣକ ହୁମ୍ମା ଗ୍ରାମର ଚନ୍ଦ୍ରଶେଖର ସାହିର ରବୀନ୍ଦ୍ର ସ୍ୱାଇଁଙ୍କ ପୁଅ ଗାୟତ୍ରୀ ଶ୍ରୀ ଜଗନ୍ନାଥ(୧୫) ବୋଲି ଜଣାପଡ଼ିଛି। ଏହି ଘଟଣା ପ୍ରଚାର ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମିଳିଥିବା ସୂଚନା ମୁତାବକ, ସୋମବାର ଅପରାହ୍ନରେ ଜଗନ୍ନାଥ ଓ ତାଙ୍କ କିଛି ସାଙ୍ଗ ବଟେଶ୍ୱର ସମୁଦ୍ରକୁ ଗାଧେଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକ ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ଜଗନ୍ନାଥଙ୍କ ମୃତ୍ୟୁ ଘଟିଥିଲା। ଜଗନ୍ନାଥଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଜଗନ୍ନାଥଙ୍କ ମା ବାହୁନି ବାହୁନି କାନ୍ଦୁଥିବା ବେଳେ ଜଗନ୍ନାଥଙ୍କ ବାପା ରବୀନ୍ଦ୍ର ସ୍ୱାଇଁ ପୁଅର ଚକ୍ଷୁ ଦାନ କରିବେ ବୋଲି କହିଛନ୍ତି। ମୃତକ ଜଣଙ୍କ ହୁମ୍ମା ବୀରଭଦ୍ର ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories