www.samajalive.in
Monday, December 8, 2025
13.1 C
Bhubaneswar

ସରପଞ୍ଚଙ୍କ ଦ୍ୱାରା ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ପ୍ରସଙ୍ଗ: ସାମ୍ବାଦିକ ସଂଘ ପକ୍ଷରୁ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

କଣ୍ଟାବାଞ୍ଜି : ବୈଦ୍ୟୁତିକ ଗଣମାଧ୍ୟମ କଣ୍ଟାବାଞ୍ଜି ପ୍ରତିନିଧି ଅନ୍ତିମ ପାଣିଗ୍ରାହୀଙ୍କୁ ଝରଣି ପଞ୍ଚାୟତ ସରପଞ୍ଚ ପ୍ରେମଲତା ମେହେର, ତାଙ୍କ ସ୍ୱାମୀ ନରେନ୍ଦ୍ର ମେହେର ଓ କିଛି ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ରାମୋଡ ଗାଁରେ ଖବର ସଂଗ୍ରହ ବେଳେ ଆକ୍ରମଣ କରି, କ୍ୟାମେରା, ବୁମ ଭାଙ୍ଗିଦେବା ସହ ପାଲଟା କାଉଣ୍ଟର କେସ କରିଥିବାରୁ ସାମ୍ବାଦିକ ସଂଘ କଣ୍ଟାବାଞ୍ଜି ନିନ୍ଦା କରିଛି। ଏପରି କି ସଂପୃକ୍ତ ଆକ୍ରମଣକାରୀଙ୍କୁ ଗିରଫ କରିବା ସହିତ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ଓ ଝରଣି ପଞ୍ଚାୟତର ଦୁର୍ନୀତି ଦାବୀ କରି ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ସଭାପତି ସୁବାଷ ବେହେରାଙ୍କ ନେତୃତ୍ୱରେ କଳାବ୍ୟାଚ ପରିଧାନ କରି ସରପଞ୍ଚଙ୍କ ଅମାନୁଷିକତା କାର୍ଯ୍ୟକଳାପର ଦୃଢ ପ୍ରତିବାଦ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଅଶୋକ କୁମାର ମାଝିଙ୍କ ଜରିଆରେ ଶୁକ୍ରବାର ଦିନ ଦାବୀପତ୍ର ପ୍ରଦାନ କରାଯାଇଛି।

ପ୍ରକାଶ ଥାଉ କି, ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଦାଦନ ପ୍ରବଣ ଅଞ୍ଚଳର ରାମୋଡ ଗାଁର କିଛି ଲୋକ ଗତ ବର୍ଷ ଦାଦନ ଖଟିବାକୁ ଯାଇଥିଲେ। ଚଳିତ ବର୍ଷ କରୋନା ମହାମାରୀ ସଂକ୍ରମଣ ଯୋଗୁଁ ପ୍ରବାସୀ ଶ୍ରମିକମାନେ ରାମୋଡ କ୍ୱାରେଣ୍ଟାଇନରେ ରହିଥିଲେ। ପ୍ରବାସୀମାନଙ୍କ କ୍ୱାରେଣ୍ଟାଇନ ଟ. ୨୦୦୦/- ସରପଞ୍ଚ ନ ଦେବା ଏବଂ ଦେଇଥିବା କିଛି ପ୍ରବାସୀମାନଙ୍କଠାରୁ ଆଗତୁରା ୨/୩ ଶହ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଉପରେ କଣ୍ଟାବାଞ୍ଜି ଓଟିଭି ପ୍ରତିନିଧି ଅନ୍ତିମ ପାଣିଗ୍ରାହୀ ବୁଧବାର ଦିନ ଖବର ସଂଗ୍ରହ ପାଇଁ ରାମୋଡ ଗ୍ରାମକୁ ଯାଇଥିଲେ। ଖବର ସଂଗ୍ରହ ବେଳେ ସରପଞ୍ଚ ପ୍ରେମଲତା ମେହେର ତାଙ୍କ ସ୍ୱାମୀ ନରେନ୍ଦ୍ର ଏବଂ କିଛି ଗୁଣ୍ଡା ଶ୍ରେଣୀର ଲୋକେ ଗାଁ ମଝିରେ ପାଣିଗ୍ରାହୀଙ୍କୁ ଆକ୍ରମଣ କରି କ୍ୟାମେରା ଓ ବୁମକୁ ଭାଙ୍ଗି ଦେବା ସହ ମାଡ ମାରିଥିଲେ। ଫଳରେ ପାଣିଗ୍ରାହୀ ଗାଁର ଗଉଁତିଆ ଗୋରେଖ ସାହୁ ଘରକୁ ପଶି ନିଜର ଜୀବନ ବଞ୍ଚାଇଥିଲେ। ପରେ ତୁରେକେଲା ଥାନାକୁ ଫୋନ ଯୋଗେ ଜଣାଇବାରୁ ତୁରେକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ। ଏହା ପରେ ପାଣିଗ୍ରାହୀ ତୁରେକେଲା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଯାହାର କେସ ନଂ.୦୨୨୩/୧୬.୯.୨୦ ରେ ମାମଲା ରୁଜୁ କରି ତଦନ୍ତ ତଦନ୍ତ ଜାରି ରଖିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ ବେଳେ ସଂଘର କାର୍ଯ୍ୟକାରୀ ସଭାପତି ଜୀବନାନନ୍ଦ ମହାନ୍ତି, ସଂପାଦକ ଗୁରୁଦୟାଲ ହଂସ, ସହ ସଂପାଦକ ଶିବ ଶଙ୍କର ବାଗ, ଅଶୋକ ନାରାୟଣ ଭୋଇ, ହୁଲେଶ୍ୱର ହଂସ, ଶେଖ ସମିମ, ମୋହନ ସୋନି, ପ୍ରମୋଦ ବେହେରା, ବିନୋଦ ସିଂ, ଅନ୍ତିମ ପାଣିଗ୍ରାହି ସହ ଅନ୍ୟମାନେ ଉପସ୍ଥିତ ଥିଲେ। ଦାବୀ ପତ୍ରର ଅବିକଳ ନକଲ, ସଚିବ ୫ଟି ଭୁବନେଶ୍ୱର, ପଂଚାୟତରାଜ ମନ୍ତ୍ରୀ ଓଡିଶା ସରକାର, ଜିଲ୍ଲାପାଳ ବଲାଙ୍ଗିର, ପୁଲିସ ଆରକ୍ଷୀ ଅଧିକ୍ଷକ ବଲାଙ୍ଗିରଙ୍କ ଗୋଚରାର୍ଥେ ପ୍ରେରଣ କରିଥିବା ସଂଘ ସୂତ୍ରରୁ ପ୍ରକାଶ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories