ଜାମ୍ମୁ-କାଶ୍ମୀର: ଆତଙ୍କବାଦୀ ଆକ୍ରମଣରେ ୪୨ ଯବାନ ସହିଦ

0

ଶ୍ରୀନଗର..-  ଜମ୍ମୁ-କାଶ୍ମୀର ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣରେ ୪୨ ଜଣ ଯବାନ୍‌ ସହିଦ୍‌ ହୋଇଛନ୍ତି ।  ପୁଲୁଓ୍ୱାମାର ନିକଟରେ ଏହି ଆକ୍ରମଣ ହୋଇଛି । ସିଆରପିଏଫ୍‌ ଗାଡି ନିକଟରେ କାର୍‌ରେ ଆଇଡି ରଖି ବିସ୍ଫୋରଣ କରାଯାଇଥିଲା ।  ଜୈସ୍‌  ଆତଙ୍କବାଦୀ ସଙ୍ଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଏହି ଆକ୍ରମଣରେ ୪୦ରୁ ଊର୍ଦ୍ଧ୍ୱ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।

photo courtesy- Hindustan times

ସିଆରପିଏଫ୍‌ର ଦୁଇଟି ଗାଡିକୁ ଆତଙ୍କବାଦୀମାନେ  ଲକ୍ଷ୍ୟ କରି ଆକ୍ରମଣ କରିଥିଲେ । ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଗୋଟିଏ ବସ୍‌ ସମ୍ପର୍ଣ୍ଣ ଭାବେ ଖଣ୍ଡ ବିଖଣ୍ଡ ହୋଇଯାଇଥିଲା ।  ଆତଙ୍କବାଦୀମାନେ ବିସ୍ପୋରଣରେ ଭର୍ତ୍ତି କାର୍‌କୁ ସିଆର୍‌ପିଏଫ୍‌ର ବସ୍‌ ସହିତ ଧକ୍କା କରିଥିବ ପ୍ରାଥମିକ ସୂଚନା ମିଳିଛି ।

ସିଆର୍‌ପିଏଫ୍‌ର  ୭୦ଟି ଗାଡି ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା । ଏଥିରେ ୨୫ଶହ ଯବାନ ଯାଉଥିଲେ  । ୨ ଟି ଗାଡିକୁ ଆତଙ୍କବାଦୀ ଟାର୍ଗେଟ କରିଥିଲେ । ଜାମ୍ମୁରୁ ଶ୍ରୀନଗରକୁ ଏହି ଯବାନ୍‌ମାନେ ଯାଉଥିଲେ ।

prayash

ଜୈସ୍‌ ଆତଙ୍କବାଦୀ ସଙ୍ଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିବା ସହ ଜଣେ ସ୍ଥାନୀୟ ଯୁବକ ଏହି ଆତ୍ମଘାତୀ ଆକ୍ରମଣ କରିଥିବା ସୂଚନା ଦେଇଛି । 

ଏହି ଆକ୍ରମଣକୁ ସମସ୍ତ ରାଜନୈତିକ ଦଳ ନିନ୍ଦା କରିଛନ୍ତି । ଏହା ଏକ ଭୀରୁତାପୂର୍ଣ୍ଣ  ଆକ୍ରମଣ ବୋଲି କଂଗ୍ରେସର ମୁଖପାତ୍ର ରଣଦୀପ ସୁରେଜଓ୍ୱାଲ  କହିଛନ୍ତି ।

ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ  ତଥା ନ୍ୟାସନାଲ କନଫରେନସ୍‌ର ନେତା  ଓମର ଅବଦୁଲା ଏହାକୁ ୨୦୦୪ ପୂର୍ବରୁ ଚାଲିଥିବା ଆତଙ୍କବାଦୀର କଳା ଦିନ ସହ ତୁଳନା କରିଛନ୍ତି । ଆକ୍ରମଣରେ ଆହତ ହୋଇଥିବା ଯବାନମାନେ ଶୀଘ୍ର ସୁସ୍ଥ ହେବା ପାଇଁ ସେ ପ୍ରାର୍ଥନା କରିଛନ୍ତି ।

ପିଡିପି ନେତ୍ରୀ ତଥା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍‌ତି ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ।

kalyan agarbati
Leave A Reply