www.samajalive.in
Monday, December 8, 2025
13.1 C
Bhubaneswar

ଟ୍ରେନ୍ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର: ୧୨ରୁ ଊର୍ଦ୍ଧ୍ବ ସନ୍ଦିଗ୍ଧ ଗିରଫ

କାନପୁର: କାନପୁର-କାସଗଞ୍ଜ ରେଳ ପଥର ବରାଜପୁର-ଉତ୍ତରୀପୁରାରେ ସେଣ୍ଟ୍ରାଲ ପ୍ରୟାଗରାଜରୁ ଭିଓ୍ବାନୀ ଯାଉଥିବା କାଲିନ୍ଦୀ ଏକ୍ସପ୍ରେସ୍ ଟ୍ରେନ ରବିବାର ରାତିରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ରେଳ ଲାଇନ୍ ଉପରେ ଗ୍ୟାସ୍‌ ସିଲିଣ୍ଡର ଏବଂ ଅନ୍ୟ ଦହନଶୀଳ ପଦାର୍ଥ ରଖି ଟ୍ରେନ୍ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ​‌ଲୋକୋ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଏହି ମାମଲାରେ ସୋମବାର ଏଟିଏସ ଆଇଜି ନୀଲାବ୍‌ଜା ଚୌଧୁରୀ ବିଶେଷଜ୍ଞ ଦଳଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଏଡିସିପି ବିଜେନ୍ଦ୍ର ଦ୍ୱିବେଦୀ ଏବଂ ଏସିପି ଅଜୟ ତ୍ରିବେଦୀ ଏହି ମାମଲାର ଅନ୍ୟାନ୍ୟ ଦିଗ ଉପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନସୁଦ୍ଧା ୧୨ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ଏଟିଏସ୍ ଆଇଜି ନୀଲାବ୍‌ଜା ଚୌଧୁରୀ କହିଛନ୍ତି ଯେ, ରବିବାର ରାତିରେ ଘଟଣାସ୍ଥଳରୁ ଏକ ଗ୍ୟାସ୍ ସିଲିଣ୍ଡର ସହିତ ପେଟ୍ରୋଲିୟମ ଭର୍ତ୍ତି ଏକ କାଚ ବୋତଲ ଜବତ ହୋଇଥିଲା। ଏଥିସହ ନିକଟରେ ଥିବା ଏକ ବ୍ୟାଗରେ ମଧ୍ୟ ଅନେକ ଦହନଶୀଳ ପଦାର୍ଥ ମିଳିଥିଲା। ଫରେନ୍‌ସିକ୍ ଟିମ୍‌ ମଧ୍ୟ ମାମଲାର ଯାଞ୍ଚ କରୁଛି। ଅପରପକ୍ଷେ ଏସିପି ଅଜୟ କୁମାର କହିଛନ୍ତି ଯେ, ୧୨ରୁ ଅଧିକ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏଥିସହ ସିସିଟିଭି କ୍ୟାମେରା ମାଧ୍ୟମରେ ମଧ୍ୟ ଅନୁସନ୍ଧାନ କରାଯାଉଛି।

- Advertisement -

 

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories