www.samajalive.in
Monday, December 8, 2025
20.1 C
Bhubaneswar

ଆତ୍ମନିର୍ଭର ଭାରତ ୧୩୦ କୋଟି ଲୋକଙ୍କ ଆଶା ପୂରଣ କରିବ – ସୀତାରମଣ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, କେନ୍ଦ୍ର ସରକାର ଦେଶର କୃଷକ ଓ ଶ୍ରମିକମାନଙ୍କ ବିକାଶ ଲାଗି ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ର ବଜେଟ୍‍ ଉପରେ ଗତକାଲି ରାଜ୍ୟସଭା ବିତର୍କରେ ଅଂଶଗ୍ରହଣ କରି ଶ୍ରୀମତୀ ସୀତାରମଣ ବଜେଟ୍‍ର ପ୍ରଶଂସା କରି ଆତ୍ମନିର୍ଭର ଭାରତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। ସେ କହିଛନ୍ତି, କୋଭିଡ ଯୋଗୁଁ ଅସୁବିଧାରେ ଥିବା ଲୋକମାନଙ୍କୁ ସରକାର ବଜେଟ୍‍ ମାଧ୍ୟମରେ ସହାୟତା କରିପାରିବେ। ସେ କହିଛନ୍ତି, ଆଗାମୀ ଆର୍ଥିକ ବର୍ଷ ପାଇଁ ଅଣାଯାଇଥିବା ପ୍ରସ୍ତାବଗୁଡ଼ିକ ସ୍ଥାୟୀ ବିକାଶ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବ।

ଅର୍ଥମନ୍ତ୍ରୀ କହିଛନ୍ତି, ବଜେଟ୍‍ରେ ଅନେକ ସହାୟତା ପ୍ରସ୍ତାବ ରହିଛି ଓ ଦୀର୍ଘ ମିଆଦୀ ଅଭିବୃଦ୍ଧି ପାଇଁ ବ୍ୟବସ୍ଥାମାନ କରାଯାଇଛି। ସେ କହିଛନ୍ତି, ଆତ୍ମନିର୍ଭର ଭାରତ ଗଠନ ଦ୍ୱାରା ଦେଶର ୧୩୦ କୋଟି ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ ହୋଇପାରିବ। ଦେଶର ଯୁବପିଢ଼ିକୁ ଅଧିକ ସୁଯୋଗ ପ୍ରଦାନ କରି ଏକ ଉତ୍ତମ ବାତାବରଣ ସୃଷ୍ଟି ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି। କୋଭିଡ ୧୯ ସମୟରେ ସରକାର ଆଣିଥିବା ପ୍ରମୁଖ ଯୋଜନାଗୁଡ଼ିକର ଉଲ୍ଲେଖ କରି ସେ କହିଛନ୍ତି, ଦେଶର ୮୦୦ ନିୟୁତ ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୮୦ ନିୟୁତ ମହିଳା ହିତାଧିକାରୀଙ୍କୁ ମାଗଣା ଗ୍ୟାସ୍‍ ସିଲିଣ୍ଡର ଯୋଗାଇ ଦିଆଯାଇଛି।

- Advertisement -

କୋଭିଡ ୧୯ ଭଳି ଜଟିଳ ସମୟରେ ମଧ୍ୟ ସରକାର ଦେଶର ଗରିବ ଲୋକମାନଙ୍କୁ ସହାୟତା କରିବା ପାଇଁ ୨ଲକ୍ଷ ୭୬ହଜାର କୋଟି ଟଙ୍କା ସମ୍ବଳିତ ପି.ଏମ୍‍. ଗରିବ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି। ବଜେଟରେ ଗରିବ ଲୋକମାନଙ୍କ ପାଇଁ କିଛି ନାହିଁ ବୋଲି ବିରୋଧୀ ଦଳଗୁଡ଼ିକର ଅଭିଯୋଗକୁ ଖଣ୍ଡନ କରି ଶ୍ରୀମତୀ ସୀତାରମଣ ସରକାରଙ୍କର ଯୋଜନାଗୁଡ଼ିକ ବିଷୟରେ ବର୍ଣ୍ଣନା କରିଛନ୍ତି।

ସେ କହିଛନ୍ତି, ସରକାରଙ୍କ ଏହିସବୁ ଯୋଜନାରୁ ଗରିବ ଲୋକମାନେ ଉପକୃତ ହେବେ। ସେ କହିଛନ୍ତି, ସରକାର ଯେକୌଣସି ପଦକ୍ଷେପ ନେଉଛନ୍ତି, ବିରୋଧୀ ଦଳମାନେ ତାର ସମାଲୋଚନା କରୁଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ବଜେଟରେ କିଛି ବଡ଼ ବଡ଼ ବ୍ୟବସାୟୀଙ୍କୁ ସହାୟତା କରିବାକୁ ବ୍ୟବସ୍ଥା କରାଯାଇଛି ବୋଲି ବିରୋଧୀ ଦଳମାନେ ଅପପ୍ରଚାର ଚଳାଇଛନ୍ତି। ସେ କହିଛନ୍ତି, ପି.ଏମ୍‍. ଆବାସ ଯୋଜନାରେ ବାସଗୃହ ନିର୍ମାଣ, ପି.ଏମ୍‍. ଗ୍ରାମ ସଡ଼କ ଯୋଜନାରେ ସଡ଼କ ନିର୍ମାଣ, ଗ୍ରାମାଞ୍ଚଳର ବିଦ୍ୟୁତକରଣ, କୃଷିଜାତ ପଦାର୍ଥ ପାଇଁ ବୃହତ୍‍ ଇ-ମାର୍କେଟ୍‍ ନେଟ୍‍ୱର୍କ ସ୍ଥାପନ ଓ ପି.ଏମ୍‍. ଫସଲବୀମା ଯୋଜନା ଆଦି ସରକାର ଆଣିଛନ୍ତି। ସେ କହିଛନ୍ତି, ଆଗାମୀ ଆର୍ଥିକ ବର୍ଷ ପାଇଁ ପ୍ରତିରକ୍ଷା ଖର୍ଚ୍ଚ ସରକାର ୧୮ ଦଶମିକ ୮ ପ୍ରତିଶତ ବୃଦ୍ଧି କରିଛନ୍ତି।

୨୦୧୪ ମସିହାରୁ ନରେନ୍ଦ୍ର ମୋଦି ସରକାର ମନରେଗା କାର୍ଯ୍ୟକ୍ରମରେ ରହିଥିବା ସମସ୍ୟାକୁ ସମାଧାନ କରିବା ଦିଗରେ ପଦକ୍ଷେପ ନେଇଛନ୍ତି। ଚଳିତ ଆର୍ଥିକ ବର୍ଷ ଏହି ଯୋଜନାରେ ସରକାର ୧ ଲକ୍ଷ ୧୧ ହଜାର ୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି, ଯାହାକି ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସହାୟତା ପ୍ରଦାନ କରିଛି। ସେହିଭଳି ଏମ୍‍.ଏସ୍‍.ଏମ୍‍.ଇ. କ୍ଷେତ୍ର ପାଇଁ ନିଆଯାଇଥିବା ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କରେ ମଧ୍ୟ ଅର୍ଥମନ୍ତ୍ରୀ ଗୃହକୁ ଅବଗତ କରାଇଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories