www.samajalive.in
Monday, December 8, 2025
20.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସେବନ କରନ୍ତୁ ଫଳ

କୋଲେଷ୍ଟେରୋଲର ସମ୍ବନ୍ଧ ଆମ ହୃଦୟ ସହ ସିଧାସଳଖ ଜଡ଼ିତ। କୋଲେଷ୍ଟେରୋଲର ସମସ୍ୟା ସୃଷ୍ଟି ହେବା ମାତ୍ରେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏହାସହ ସଠିକ ଖାଦ୍ୟପେୟର ମଧ୍ୟ ଆବଶ୍ୟକତା ରହିଛି। କୋଲେଷ୍ଟେରୋଲର ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ଆମକୁ କିଛି ସ୍ୱତନ୍ତ୍ର ଖାଦ୍ୟ ଓ ପାନୀୟକୁ ନିଜର ନିୟମିତ ଖାଦ୍ୟରେ ସାମିଲ କରିବାକୁ ପଡ଼ିବ। ଏପରି କେତେକ ଫଳ ରହିଛି, ଯାହାକୁ ଖାଇବା ଦ୍ୱାରା କୋଲେଷ୍ଟେରୋଲର ମାତ୍ରା ନିୟନ୍ତ୍ରଣ ହୋଇରହିଥାଏ। ଜାଣନ୍ତୁ
ନାସପାତି –
ନାସପାତିରେ ପାଣିରେ ଦ୍ରବୀଭୂତ ହେବା ଭଳି ପୁଷ୍ଟିଯୁକ୍ତ ଫାଇବର ରହିଛି। ଯାହା ସେଲୁଲୋଜ ସ୍ତରକୁ ନିୟନ୍ତ୍ରଣ କରି ରଖିଥାଏ। ସୁସ୍ଥ ଶରୀର ପାଇଁ ଆବଶ୍ୟକ ହେଉଥିବା ବହୁ ପୁଷ୍ଟିକର ପଦାର୍ଥ ନାସପାତିରୁ ମିଳିଥାଏ। ପ୍ରାକୃତିକ ଭିଟାମିନ, ମିନେରଲ୍‍ , ଏନଜାଇମ ସହ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଯାହା କୋଲେଷ୍ଟେରୋଲର ମାତ୍ରା ନିୟନ୍ତ୍ରଣ କରିଥାଏ।
ସେଓ –
ସେଓରେ ପ୍ରଚୁର ମାତ୍ରାରେ ଭିଟାମିନ ଓ ପ୍ରୋଟିନ ରହିଛି। ଏହାକୁ ନିୟମିତ ଖାଇବା ଦ୍ୱାରା କୋଲେଷ୍ଟେରୋଲ  କମ ହୋଇଥାଏ। ଉଚ୍ଚ ରକ୍ତ ଚାପ ମଧ୍ୟ ନିୟନ୍ତ୍ରଣ ହୋଇ ରହେ।
ଲେମ୍ବୁ –
ଖଟା ଫଳରେ ଏପରି ବହୁ ଏନଜାଇମ ରହିଛି, ଯାହା ମେଟାବୋଲିଜିୟମର ପ୍ରକ୍ରିୟାକୁ ଦ୍ରୁତ ଗାମୀ କରି କୋଲେଷ୍ଟ୍ରୋଲ କମ କରିଥାଏ। ଲେମ୍ବୁରେ ଥିବା ପୋଷକ ତତ୍ତ୍ୱ ଖରାପ କୋଲେଷ୍ଟ୍ରୋଲକୁ ରକ୍ତ ପ୍ରବାହ ମଧ୍ୟକୁ ଯିବାକୁ ଦେଇନଥାଏ।

ଟମାଟୋ –
ଏହାକୁ ଖାଇବା ଦ୍ୱାରା ହୃଦଘାତର ଆଶଙ୍କା ଖୁବ କମ ଥାଏ। ଏହା ରକ୍ତ ବାହିକାରେ ରକ୍ତ ଜମାଟ ବାନ୍ଧିବାକୁ ଦେଇନଥାଏ। ରକ୍ତ ସଞ୍ଚାଳନ ସଠିକ ଭାବେ ହେବାକୁ ସାହାଯ୍ୟ କରିଥାଏ।
ଅମୃତଭଣ୍ଡା –

- Advertisement -

ଅମୃତଭଣ୍ଡା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ। ଏଥିରେ ଫାଇବର , ଭିଟାମିନ ସି ଓ ଆଣ୍ଟି-ଅକ୍ସିଡ଼ାଣ୍ଟ ଭଳି ପୋଷକ ତତ୍ତ୍ୱର ମାତ୍ରା ପ୍ରଚୁର ପରିମାଣରେ ରହିଛି ଯାହା ଶରୀରରେ ଥିବା ରକ୍ତ କୋଷିକା ଗୁଡ଼ିକୁରେ ରକ୍ତ ଜମାଟ ହେବାକୁ ଦେଇ ନଥାଏ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories