www.samajalive.in
Tuesday, December 9, 2025
15.1 C
Bhubaneswar

ପାରିବାରିକ ପେନ୍‍ସନ୍‍ ଅର୍ଥରାଶି ସର୍ବାଧିକ ୧ ଲକ୍ଷ ୨୫ ହଜାର ଟଙ୍କାକୁ ବୃଦ୍ଧି

କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍‍ସନ୍‍ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ପାରିବାରିକ ପେନ୍‍ସନ୍‍ ଅର୍ଥରାଶିକୁ ସର୍ବାଧିକ ୧ ଲକ୍ଷ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୪୫ ହଜାର ଟଙ୍କା ଥିଲା। ‘ଇଜ୍‍ ଅଫ୍‍ ଲିଭିଙ୍ଗ୍‍’ ଯୋଜନାକୁ କାର୍ଯ୍ୟକାରୀ କରିବା ଅବସରରେ କାର୍ଯ୍ୟ ଅବଧି ମଧ୍ୟରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ଆବଶ୍ୟକ ପରିମାଣର ଅର୍ଥରାଶି ଯୋଗାଇ ଦେବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଏ ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ଏପରିକି ସରକାରୀ ଚାକିରି କରିଥିବା ପିତାମାତାଙ୍କ ମୃତ୍ୟୁ ପରେ ଅବିବାହିତ ସନ୍ତାନ ପାଇବାକୁ ଥିବା ଦ୍ୱୈତ ପେନ୍‍ସନ୍‍ ଉପରେ ମଧ୍ୟ ଏହି ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରାଯାଇଛି। ସେ କହିଛନ୍ତି, ସପ୍ତମ ବେତନ କମିଶନ୍‍ଙ୍କ ସୁପାରିସ ପରିପ୍ରେକ୍ଷୀରେ ଦରମା ବୃଦ୍ଧିକୁ ଲକ୍ଷ୍ୟ କରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories