www.samajalive.in
Monday, December 8, 2025
14.1 C
Bhubaneswar

ଆଠଗଡ ବନାଞ୍ଚଳରେ ଦନ୍ତାହାତୀର ମୃତ୍ୟୁ

ଆଠଗଡ: ଆଠଗଡ ବନାଞ୍ଚଳ ଅନ୍ତର୍ଗତ ତିଗିରିଆ ବିଟ୍ ଅଧିନ ଜେନାପଦା ଗ୍ରାମ ନିକଟରେ ସୋମବାର ସକାଳେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ହାତୀଟିର ଶରୀରରେ କୌଣସି କ୍ଷତ ବା ଅସ୍ୱାଭାବିକ ଚିହ୍ନ ନଥିବାରୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବିବରଣୀରୁ ପ୍ରକାଶ ଯେ, ହିନ୍ଦୋଳ ଜଙ୍ଗଲ ଅଞ୍ଚଳରୁ ତିଗିରିଆ କାଳିଚାବଲ୍ଲଭ ସଂରକ୍ଷିତ ଜଙ୍ଗଲକୁ ନିୟମିତ ଚଳପ୍ରଚଳ କରୁଥିବା ହାତୀଦଳ ଗତ କିଛିଦିନ ହେବ ତିଗିରିଆ ଓ ଆଖପାଖ ଅଞ୍ଚଳରେ ବୁଲୁଥିଲେ । ରବିବାର ଏକ ୬ଟିକିଆ ହାତୀ ଦଳ ଏ ଅଞ୍ଚଳରେ ବୁଲୁଥିବାରୁ ବନରକ୍ଷୀ ପ୍ରଶାନ୍ତ କୁମାର ପରିଡାଙ୍କ ନେତୃତ୍ୱରେ ବନ କର୍ମଚାରୀ କାଲି ରାତି ତମାମ ଉକ୍ତ ହାତୀଦଳର ଗତିବିଧି ଉପରେ ନଜର ରଖିଥିଲେ । ତେବେ ସୋମବାର ଭୋର ସମୟରେ ଜେନାପଦା ଗ୍ରାମର ଏକ ପୋଖରୀକୁ ଗୋଟିଏ ଦନ୍ତାହାତୀ ପାଣି ପିଇବାକୁ ଯାଉଥିବାବେଳେ ଖଳିତଇଲା ନିକଟରେ ଏକ ଖୋଲା ସ୍ଥାନରେ ପଡି ମୃତ୍ୟୁବରଣ କରିଥିଲା । ହାତୀ ଗୁଡିକର ଗତିବିଧି ନିରୀକ୍ଷଣ କରୁଥିବା ବନ କର୍ମଚାରୀ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଏ ସମ୍ପର୍କରେ ରେଞ୍ଜର ଓ ଡିଏଫଓଙ୍କୁ ଖବର ଦେଇଥିଲେ । ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତି, ଏସିଏଫ ଡାକ୍ତର ଚିଚିଲିଚି ବିଶ୍ୱାଳ ଓ ରେଞ୍ଜର ରବିନ୍ଦ୍ର କୁମାର ନାୟକ ତୁରନ୍ତ ଜେନାପଦାର ଉକ୍ତ ସ୍ଥାନରେ ପହଞ୍ଚି ପ୍ରାଥମିକ ଅନୁସନ୍ଧାନ କରିଥିଲେ । ମୃତ ଦନ୍ତା ହାତୀଟିର ବୟସ ୬-୮ ବର୍ଷ ଏବଂ ଉଚ୍ଚତା ୬-୭ ଫୁଟ ହବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ନିକଟରେ କୌଣସି ବିଦ୍ୟୁତ ଲାଇନ ନଥିବା ଓ ମୃତ ହାତୀର ଶରୀରରେ କୌଣସି କ୍ଷତ ବା ଅସ୍ୱାଭାବିକ ଚିହ୍ନ ନଥିବାରୁ ଏହା ଏକ ସ୍ୱାଭାବିକ ରୋଗ ବା ଅଂଶୁଘାତଜନିତ ମୃତ୍ୟୁ ହୋଇ ପାରିଥାଏ ବୋଲି ସେମାନେ ଅନୁମାନ କରୁଛନ୍ତି । ସୂଚନା ପାଇ ଅନୁଗୁଳସ୍ଥିତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁଧାଂଶୁ ଶେଖର ଖୋରା ଏବଂ ଭୁବନେଶ୍ଵରରୁ ବନବିଭାଗର ଯୁଗ୍ମ ତଦନ୍ତକାରୀ ଦଳ(ଏସଟିଏଫ୍) ଆସି ପ୍ରାଥମିକ ଅନୁସନ୍ଧାନ ଓ ତଦନ୍ତ କରିଥିଲେ । ଆଠଗଡ ବ୍ଲକ ପ୍ରାଣୀ ଚିକିତ୍ସକ ଡାକ୍ତର ଅନ୍ତର୍ଯ୍ୟାମୀ ବାରିକ ବନବିଭାଗର ସମସ୍ତ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମୃତ ହାତୀଟିର ବ୍ୟବଛେଦ କରିଥିଲେ । ବ୍ୟବଛେଦ ବେଳେ ମଧ୍ୟ ଶରୀର ଭିତରେ କୌଣସି ଅସ୍ଵାଭାବିକ ଲକ୍ଷଣ ବା କ୍ଷତ ଦେଖିବାକୁ ମିଳିନଥିବା ଡିଏଫଓ କହିଛନ୍ତି । ହାତୀର ଭିସେରା ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଭୁବନେଶ୍ଵରସ୍ଥିତ ଓୟୁଏଟିର ବନ୍ୟଜନ୍ତୁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ପଠାଯାଇଛି । ସେଠିକାର ପରୀକ୍ଷା ରିପୋର୍ଟ ୭-୮ ଦିନ ମଧ୍ୟରେ ଆସିବା ପରେ ହାତୀଟିର ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ଡିଏଫଓ ଡାକ୍ତର ପତି ପ୍ରକାଶ କରିଛନ୍ତି । ବ୍ୟବଛେଦ ପରେ ହାତୀଟିର ଦୁଇଟିଯାକ ଦାନ୍ତ ଉଦ୍ଧାର କରିବା ସହିତ ଘଟଣାସ୍ଥଳରେ ହିଁ ମୃତଦେହକୁ ପୋତି ଦିଆଯାଇଥିଲା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories