www.samajalive.in
Monday, December 8, 2025
13.1 C
Bhubaneswar

କୋରଙ୍ଗାରେ  ଅବକାରୀ ଚଢାଉ: ୭୭୦୦ ଲିଟର ମଦ ଓ ୮୬୮୦ ଲିଟର ପୋଚ ଜବତ

ଆଠଗଡ: ନିର୍ବାଚନ ସମୟରେ ମଦ ସମେତ ଅନ୍ୟ ନିଶା କାରବାରକୁ ଳୋକିବାକୁ ଅବକାରୀ ଆୟୁକ୍ତଙ୍କ ନିର୍ଦେଶ ପରିପ୍ରେକ୍ଷୀରେ ଆଠଗଡ ଓ ତିଗିରିଆ ଅଞ୍ଚଳରେ ନିୟମିତ ଚଢାଉ ଜାରି ରହିଛି । ତେବେ ଯେତେ ଚଢାଉ ଏବଂ ମଦ ଓ ପୋଚ ଜବତ ହେଲେ ବି ମଦ ମାଫିଆଙ୍କ ଉପରେ ସେପରି କୌଣସି ପ୍ରଭାବ ପଡୁନାହିଁ,  ବରଂ ଚଢାଉ ଓ ଜବତ ପରଦିନଠାରୁ ପୁଣି ପୂର୍ବ ପରି ମଦ ରନ୍ଧା ଏବଂ ଚାଲାଣ ଜାରି ରହୁଛି ।
ଶନିବାର କଟକ ଜିଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ ଓ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଅଧିକ୍ଷକ ସିଦ୍ଧେଶ୍ଵର ବେଶ୍ରାଙ୍କ ସମେତ ଉପଅଧିକ୍ଷକ ଅରୂପା ପାଣିଗ୍ରାହୀ ଓ ନିମାଇଁ ଚରଣ ସିଂହଙ୍କ ନେତୃତ୍ବରେ ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗାରେ ବଡଧରଣର ଚଢାଉ କରାଯାଇଥିଲା । ବୁଦା ଜଙ୍ଗଲ ଓ ଚାଷଜମି ମଧ୍ୟରେ ଲୁଚାଇ ରଖାଯାଇଥିବା ଏବଂ ମଦ ରନ୍ଧା ଯାଉଥିବା ଭାଟିଗୁଡିକ ଉପରେ ଚଢାଉ କରାଯାଇ ଚାଲାଣ ପାଇଁ ଥିବା ସଦ୍ଯ ପ୍ରସ୍ତୁତ ୭୭୦୦ ଲିଟର ଦେଶୀ ମଦ ଏବଂ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ୮୬୮୦ ଲିଟର ପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରି ଦିଆଯାଇଥିଲା ।
ଏହି ଚଢାଉ ପରେ ଫେରାର ମଦ ମାଫିଆଙ୍କ ନାମରେ ୪ ଟି ମାମଲା ରୁଜୁ କରାଯାଇଛି । ଆଠଗଡ ଅବକାରୀ ନିରୀକ୍ଷକ ହେମନ୍ତ ମହାନନ୍ଦିଆ, ଭ୍ରାମ୍ୟମାଣ ସ୍କ୍ୱାର୍ଡର ନିରୀକ୍ଷକ ଅଭିରାମ ସାହୁ, ରଙ୍କନିଧି ମଲ୍ଲିକ, କମଳଲୋଚନ ପାଇକରାୟ, ଉପନିରୀକ୍ଷକ ଅରୁଣ କୁମାର ଭୋଇ, ତରୁଣ କୁମାର ପାତ୍ରଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ ।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories