www.samajalive.in
Sunday, December 7, 2025
16.1 C
Bhubaneswar

ବିଧାନସଭା ପ୍ରଶ୍ନକାଳରେ ବାଲିତାତି

ଭୁବନେଶ୍ବର: ଆଜି ବିଧାନସଭା ପ୍ରଶ୍ନକାଳରେ ବାଲି ତାତି ଦେଖିବାକୁ ମିଳିଛି। ଆଜି ବିଧାନସଭାରେ ବାଲିନୀତିକୁ ନେଇ ସରଗରମ ଆଲୋଚନା ହୋଇଛି। ରାଜ୍ୟରେ ବ୍ୟାପକ ବାଲି ଚୋରି ହେଉଥିବା ଅଭିଯୋଗ ଆଣି ବାଲି ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଉଭୟ କଂଗ୍ରେସ ଓ ବିଜେପି ଘେରିଛନ୍ତି। ରାଜ୍ୟରେ ବ୍ୟାପକ ବାଲିଚୋରି ହେଉଛି ଏବଂ ରାଜ୍ୟରେ ବାଲିନୀତି ନାହିଁ ବୋଲି ବିରୋଧୀଦଳର ସଦସ୍ୟ ଅଭିଯୋଗ କରିଛନ୍ତି। ସରକାର କାହିଁକି ଆଣିନାହାନ୍ତି ବାଲିନୀତି ଏବଂ ବାଲି ନୀତି ଚିଠା ପ୍ରସ୍ତାବ କାହିଁକି କାର୍ୟ୍ୟକାରୀ ହେଉନାହିଁ ବୋଲି ପ୍ରଶ୍ନ ଉଠାଇଛି ବିଜେପି। ରାଜ୍ୟରେ ବାଲିନୀତି କାର୍ଯ୍ୟ କରିବା ପାଇଁ ବୈଠକ ବସିଥିଲା, ମାତ୍ର ୨୦୧୮ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ତର୍ଜମା କରାଯାଇନାହିଁ ବୋଲି ବିଧାୟକ ମୋହନ ଚରଣ ମାଝି ଅଭିଯୋଗ କରିଛନ୍ତି। ସରକାର ବାଲି ବାବଦରେ ୧୫୦୦ କୋଟି ପାଉଛନ୍ତି। ଚୋରି ହେଉଥିବାରୁ ୪ରୁ ୫ ହଜାର କୋଟି ରାଜସ୍ବ ହରାଉଛନ୍ତି ସରକାର।
ଠିକ୍ ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ବାଲି ବାବଦରେ ରାଜ୍ୟ ସରକାର ୧୫୦୦ କୋଟି ରାଜସ୍ବ ପାଉଛନ୍ତି, କିନ୍ତୁ ୫ହଜାରକୋଟି ରାଜସ୍ବ ହରାଉଛନ୍ତି।

- Advertisement -

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ଉଦବେଗ ପ୍ରକାଶ କରିଛନ୍ତି। ବାଚସ୍ପତିଙ୍କ ନିଜ ନିର୍ବାଚନମଣ୍ଡଳୀରୁ ଆନ୍ଧ୍ରକୁ ବାଲିଚାଲାଣ ହେଉଛି। ଗତ ତିନି ବର୍ଷ ହେଲା ବାଲିନୀତି କାହିଁକି କାର୍ଯ୍ୟକାରୀ କରୁନ ବୋଲି ବାଚସ୍ପତି ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।
ଗୃହରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହାର ଉତ୍ତରରେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ବାଲିନୀତି କାର୍ଯ୍ୟକାରୀ କରାଯିବା ନେଇ ତର୍ଜମା କରାଯାଉଛି। ବାଲିନୀତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ରାଜ୍ୟର ବାର୍ଷିକ କେତେ ବାଲି ଚାହିଦା ରହିଛି ତାହା ସ୍ଥିର ହୋଇନାହିଁ । ରାଜ୍ୟର ୧୪୪ ତହସିଲ ସମ୍ବେଦନଶିଳ ବୋଲି ଚିହ୍ନଟ କରାଯାଇଛି। ଏ ପର୍ଯ୍ୟନ୍ତ ବାହାରକୁ ବାଲିଚାଲାଣ ହେଉନାହିଁ। କେବଳ ଦୁଇ ତିନିଟି ରାଜ୍ୟକୁ ବାଲି ଯୋଗାଇ ଦିଆଯାଉଛି। ବାଲିର ମୁଲ୍ୟ ନିର୍ଦ୍ଧାରଣ କରାଯାଇନି। ତେବେ ଘାଟ ନିଲାମ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories