www.samajalive.in
Monday, December 8, 2025
13.1 C
Bhubaneswar

ଇକୋ ଟୁରିଜିମ୍ ପ୍ରକଳ୍ପକୁ ମିଳିବ ସମସ୍ତ ପ୍ରକାର ସହଯୋଗ

ଭୁବନେଶ୍ବର : ରାଜ୍ୟ ସରକାର ଶିଳ୍ପାୟନକୁ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହୋଇ ରାଜ୍ୟର ଅର୍ଥନୀତି ବୃଦ୍ଧି ପାଇବା ସହ ସ୍ଥାନୀୟ ଅଞ୍ଚଳରେ କିପରି ରୋଜଗାର ସୃଷ୍ଟି ହେବ ସେ ନେଇ ସରକାର ତତ୍ପର ଅଛନ୍ତି। ତେଣୁ ବିଧାୟକ ମାନେ ସେମାନଙ୍କ ଅଞ୍ଚଳରେ କେହି ଶିଳ୍ପ କିମ୍ବା ଇକୋ ଟୁରିଜିମ ସମ୍ପର୍କିତ କୌଣସି ପ୍ରକଳ୍ପ କରିବାକୁ ଆଗ୍ରହୀ ଥିଲେ ସେମାନଙ୍କୁ ଉତ୍ସାହିତ କରନ୍ତୁ। ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି  ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି।
ଆଜି ବିଧାନସଭାରେ ବିଧାୟକ ଧୃବ ସାହୁଙ୍କ ମୂଳ ପ୍ରଶ୍ନ ଓ ଅନ୍ୟ ବିଧାୟକ ମାନଙ୍କର ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦେବ କହିଛନ୍ତି କୌଣସି ସ୍ଥାନରେ ଯଦି କେହି ଇକୋ ଟୁରିଜିମ ପାଇଁ କୌଣସି ଇକୋ ରିସୋର୍ଟ ଆଦି ପ୍ରତିଷ୍ଠା କରିବାକୁ ପ୍ରସ୍ତୁତ ଅଛନ୍ତି ତେବେ ସେମାନଙ୍କୁ ପ୍ରଥମେ ସେମାନଙ୍କର ଯୋଜନା ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାିଇବାକୁ କରିବାକୁ ପଡିବ। ପ୍ରକଳ୍ପର ବ୍ୟୟ ଅଟକଳ ଏବଂ କେତେ ଲୋକଙ୍କୁ ରୋଜଗାର ମିଳିବ ସେ ସବୁ ସେଥିରେ ଉଲ୍ଲେଖ ରହିବା ଆବଶ୍ୟକ। ବିଭାଗ ଏହାକୁ ତର୍ଜମା କରିବା ପରେ ଯଦି ପ୍ରକଳ୍ପର ମୂଲ୍ୟ ୫୦ କୋଟିରୁ ଅଧିକ ହୋଇଥିବ ତେବେ ତାକୁ ଏକକ ବାତାୟନରେ ଓ ୫୦ କୋଟିରୁ କମ୍ ହୋଇଥିଲେ ଜିଲାପାଳଙ୍କ ନିକଟରେ ଅନୁମୋଦନ ଦିଆ ଯାଇ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆ ଯିବ ବୋଲି ସେ କହିଛନ୍ତି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories