www.samajalive.in
Sunday, December 7, 2025
16.1 C
Bhubaneswar

ନାଗାଲାଣ୍ଡରେ ଆତଙ୍କବାଦୀ ଆକ୍ରମଣ, ଆସାମ ରାଇଫଲର ଦୁଇଜଣ ଜବାନ ସହିଦ

କୋହିମା – ଭାରତ ମିଆଁମାର ସୀମାରେ ଆତଙ୍କବାଦୀ ଆକ୍ରମଣରେ ଆସମ ରାଇଫଲର ଦୁଇଜଣ ଜବାନ ସହିଦ ହୋଇଛନ୍ତି । ଶନିବାରରେ ଏହି ଘଟଣା ଘଟିଛି । ଆତଙ୍କବାଦୀ ଆକ୍ରମଣରେ ଅନ୍ୟ ୪ଜଣ ଜବାନ ଗୁରୁତର ହୋଇଥିବା ସୂଚନା ମିଳିଛି। ଏହାପରେ ସେହି ଅଞ୍ଚଳରେ ଖାନ୍‌ତଲାସୀ ଜୋରଦାର କରାଯାଇଛି । ଏନ୍‌ଏନ୍‌ସିଏନ୍‌ ଆତଙ୍କବାଦୀ ସଙ୍ଗଠନ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି । ଏଥିପାଇଁ କେଉଁସ୍ଥାନରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା ସେ ବିଷୟରେ ଯାଞ୍ଚ କରାଯାଉଛି। ଲୋକସଭା ନିର୍ବାଚନ ଫଳାଫଳ ଘୋଷଣାର ଠିକ୍‌ ଦୁଇଦିନ ପରେ ଏହି ଘଟଣା ଘଟିଛି ।

ଆତଙ୍କବାଦୀ ଆକ୍ରମଣ ଘଟଣାରେ ନାଗା ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବାର ପ୍ରମାଣ ମିଳିଛି । ନାଗାଲାଣ୍ଡର ମନ୍‌ ଜିଲ୍ଲାରେ ଏହି ଆକ୍ରମଣ ହୋଇଛି ।ଆସାମ ରାଇଫଲ୍‌ର ଗାଡି ଜବାନମାନଙ୍କୁ ନେଇଯାଉଥିବା ବେଳେ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା । ଶନିବାର ଦିନ ଗୋଟାଏ ସମୟରେ ଏହି ଆକ୍ରମଣ ହୋଇଥିଲା । ତୋବୁ ଓ ଉଖା ଗାଁ ମଧ୍ୟରେ ଏହି ଆକ୍ରମଣ ହୋଇଛି । ଏହାପରେ ଆସାମ ରାଇଫଲ୍‌ର ଜବାନମାନେ ପ୍ରତିଆକ୍ରମଣ କରିଥିଲେ । ପ୍ରାୟ ଏକ ଘଣ୍ଟା ଧରି ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି । ତେବେ ଏଥିରେ କେତେ ଆତଙ୍କବାଦୀ ମୃତାହତ ହୋଇଛନ୍ତି ତାହାର ସୂଚନା ମିଳି ନାହିଁ ।
ରିପୋର୍ଟ ଲେଖା ହେଲା ବେଳକୁ ଅଧିକ ସୂଚନା ପାଇଁ ଅପେକ୍ଷା କରାଯାଇଛି ।
its a developing story , more report awaited

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories