www.samajalive.in
Tuesday, December 9, 2025
17.1 C
Bhubaneswar

ସେପ୍ଟେମ୍ବର ୨୩ରେ ଏସିଆନ୍‍ ଗ୍ରାନିଟୋର ରାଇଟ୍‍ସ ଇସ୍ୟୁ

ଅହମଦାବାଦ : ଭାରତର ଅନ୍ୟତମ ଅଗ୍ରଣୀ ଟାଇଲ ନିର୍ମାତା ଏସିଆନ ଗ୍ରାନିଟୋ ଇଣ୍ଡିଆ ଲିମିଟେଡ (ଏଜିଆଇଏଲ) ଏହାର ରାଇଟ୍‍ସ ଇସ୍ୟୁ ସେପ୍ଟେମ୍ବର ୨୩, ୨୦୨୧ରେ ଆରମ୍ଭ କରିବାକୁ ଯାଉଛି। ଏହି ଇସ୍ୟୁ ଜରିଆରେ ସଂଗ୍ରହ ହେବାକୁ ଥିବା ପାଣ୍ଠିକୁ ଋଣ ପରିଶୋଧ/ପ୍ରାକ୍‍ ପରିଶୋଧ, କମ୍ପାନୀର ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ ଆବଶ୍ୟକ କାର୍ଯ୍ୟକାରୀ ମୂଳଧନ ଏବଂ ସାଧାରଣ କମ୍ପାନୀ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ରାଇଟ୍‍ସ ଇସ୍ୟୁ ସେୟାର ପିଛା ୧୦୦ ଟଙ୍କା ମୂଲ୍ୟରେ ଯୋଗାଇ ଦିଆଯାଉଛି- ଯାହା ସେପ୍ଟେମ୍ବର ୩ରେ ରହିଥିବା ସେୟାର ପିଛା ରହିଥିବା ପ୍ରଚଳିତ ମୂଲ୍ୟ ୧୬୬ ଟଙ୍କା ଉପରେ ୪୦% ରିହାତି। ରାଇଟ୍‍ସ ଇସ୍ୟୁ ଅକ୍ଟୋବର ୭,୨୦୨୧ରେ ବନ୍ଦ ହେବ। କମ୍ପାନୀ ପ୍ରତ୍ୟେକ ୧୦ ଟଙ୍କା ଫେସ୍‍ ଭାଲ୍ୟୁର ୨,୨୪,୬୪,୧୮୮ ପୂର୍ଣ୍ଣ ଭାବରେ ପ୍ରଦତ୍ତ ଇକ୍ୱିଟି ସେୟାରକୁ ପ୍ରତ୍ୟେକ ଇକ୍ୱିଟି ସେୟାର ପିଛା ୧୦୦ ଟଙ୍କାରେ (ଇକ୍ୱିଟି ସେୟାର ପିଛା ୯୦ ଟଙ୍କା ପ୍ରିମିୟମ ସମେତ) ନଗଦ ଅର୍ଥ ଆକାରରେ ଇସ୍ୟୁ କରିବ ଏବଂ ଏହାର ମୋଟ ମୂଲ୍ୟ ୨୨୪.୬୫ କୋଟି ଟଙ୍କା ହେବ ଯାହା ଯୋଗ୍ୟ ଇକ୍ୱିଟି ଅଂଶୀଦାରଙ୍କ ନିମନ୍ତେ ୧୯:୨୯ (ରେକର୍ଡ ତାରିଖ ସୁଦ୍ଧା କମ୍ପାନୀର ଯୋଗ୍ୟ ଇକ୍ୱିଟି ଅଂଶୀଦାରଙ୍କ ଦ୍ୱାରା ଧାରଣ କରାଯାଇଥିବା ପୂର୍ଣ୍ଣ ପ୍ରଦତ୍ତ ପ୍ରତି ୨୯ଟି ଇକ୍ୱିଟି ସେୟାର ନିମନ୍ତେ ୧୯ଟି ଇକ୍ୱିଟି ସେୟାର) ଅଧିକାର ଭିତ୍ତିରେ ଇସ୍ୟୁ କରାଯିବ ବୋଲି ଏସିଆନ ଗ୍ରାନିଟୋ ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ କମଲେଶ ପଟେଲ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories