www.samajalive.in
Saturday, December 6, 2025
26.1 C
Bhubaneswar

ଅର୍ଥ ଅଭାବରୁ ଯତ୍ନଣାରେ ଛଟପଟ ଆଶାକର୍ମୀ

କେଶଦୁରାପାଳ : ଅର୍ଥ ଅଭାବରୁ ଜଣେ ଆଶାକର୍ମୀ ଯତ୍ନଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। କରୋନା ପାଇଁ ସରକାର ଅନେକ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ପାଇଁ ବିଭିନ୍ନ ସହାୟତା ଘୋଷଣା କରିଛନ୍ତି। ହେଲେ କେନ୍ଦୁଝର ଜିଲ୍ଲା ଫକିରପୁର ସ୍ୱାସ୍ଥ୍ୟକେନ୍ଦ୍ରର ଆଶାକର୍ମୀ ଅର୍ଥ ଅଭାବରୁ ଯତ୍ନଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। ସୁଚନା ରୁ ଜଣାଯାଏ, ଆଶାକର୍ମୀ ଭାବେ କାର୍ଯ୍ୟରତ  ସୁପ୍ରଭାସା ଙ୍କର ଗତ ଅକ୍ଟୋବର ୬ ତାରିଖରେ ହଠାତ୍ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା କରାଇ ପରେ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ପଠାଇ ଦେଇଥିଲେ । ସେଠାରେ ଦୀର୍ଘ ୧୮ ଦିନ ଚିକିତ୍ସିତ ହେବା ପରେ ଅର୍ଥ ଅଭାବରୁ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିଥିଲେ । ବର୍ତ୍ତମାନ ଆଶାକର୍ମୀ ଜଣକ ସଙ୍କଟାପନ୍ନ ଅବସ୍ଥାରେ ପାରାଲିସ୍ ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଆଶାକର୍ମୀଙ୍କ ସ୍ଵାମୀ ମାର୍କଣ୍ଡ ସା ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେ ନିଜ ପତ୍ନୀଙ୍କ ମେଡିକାଲ ଖର୍ଚ୍ଚ ବହନ କରିପାରୁନାହାନ୍ତି । କୋଭିଡ଼ି କଟକଣା ସମୟରେ ନିଜେ ସ୍ୱାସ୍ଥ୍ୟକର୍ମୀ ହୋଇ ମଧ୍ୟ ସରକାରଙ୍କର କୌଣସି ସାହାଯ୍ୟ ନପାଇ ଅର୍ଥ ଅଭାବରୁ ଘରେ ପଡିରହିଛନ୍ତି । ଏଥିପ୍ରତି ସରକାର ଦୁଷ୍ଟି ଦେଇ  କାର୍ଯ୍ୟରତ ଆଶାକର୍ମୀଙ୍କୁ ଚିକିତ୍ସା ପାଇଁ ସାହାଯ୍ୟ କଲେ ଆଶାକର୍ମୀ ଜଣଙ୍କ ରୋଗରୁ ମୁକ୍ତ ହୋଇପାରିବେ । ଆର୍ଥିକ ସହାୟତା ପାଇଁ ତାଙ୍କ ପରିବାର ଲୋକେ ଏବଂ ବରିଷ୍ଠ ବ୍ୟକ୍ତିମାନେ ମାନ୍ୟବର କେନ୍ଦୁଝର ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories