www.samajalive.in
Monday, December 8, 2025
17.1 C
Bhubaneswar

କୃଷକଙ୍କ ପାଇଁ ଘୋଷିତ ସହାୟତା ରାଶି ବୃଦ୍ଧି ହେବ: ଜେଟଲୀ

ନ୍ୟୁୟର୍କ : କ୍ଷୁଦ୍ର ଚାଷୀଙ୍କ ପାଇଁ ସରକାର ବଜେଟ୍‌ରେ ଘୋଷଣା କରିଥିବା ମାସିକ ୫୦୦ଟଙ୍କା ସହାୟତା ରାଶିକୁ ଆଗାମୀ ଦିନରେ ବୃଦ୍ଧି କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି। ଆମେରିକାରରେ ଚିକିତ୍ସିତ ହେଉଥିବା ଜେଟଲୀ କହିଛନ୍ତି ଯେ ଆଗାମୀ ଦିନରେ ସରକାରଙ୍କ ଆୟର ଉତ୍ସ ବୃଦ୍ଧି ଆଧାରରେ ଏହି ସହାୟତା ରାଶି ବୃଦ୍ଧି କରାଯିବ। ଏହା ସହିତ ରାଜ୍ୟ ସରକାର ଚାହିଁଲେ ଏହି ସହାୟତା ରାଶିକୁ ବୃଦ୍ଧି କରିପାରିବେ। ସରକାର ଚାଷୀମାନଙ୍କୁ ରିଆତି ଦରରେ ଖାଦ୍ୟ, ମାଗଣା ସ୍ବାସ୍ଥ୍ୟସେବା, ମାଗଣା ବିଜୁଳି, ମାଗଣା ରନ୍ଧନ ଗ୍ୟାସ ସଂଯୋଗ ଆଦି ଯୋଗାଇ ଦେଉଛନ୍ତି। କେନ୍ଦ୍ର ସରକାର ୨୦୧୯-୨୦ ଅନ୍ତରୀଣ ବଜେଟ୍‌ରେ କ୍ଷୁଦ୍ର ଚାଷୀଙ୍କ ପାଇଁ ବାର୍ଷିକ ୬୦୦୦ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଘୋଷଣାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ ସରକାର କୃଷକଙ୍କ ପାଇଁ ଦୈନିକ ୧୭ଟଙ୍କାର ସହାୟତା ଦେବା ହାସ୍ୟାସ୍ପଦ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories