ପାଟଣାଗଡ : ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଜୁରିଆ ଗ୍ରାମରେ ମାଛ ମାରିବାକୁ ବିଦ୍ୟୁତ ଲାଇନ ସଂଯୋଗ କରାଯାଇଥିବା ହେତୁ ସେଥିରେ ଜନୈକ ଟଙ୍କଧର ବରିହା(୬୦)ଙ୍କ ଗତ ୯ ତାରିଖ ଦିନ ମୃତ୍ୟୁ ହୋଇଥିଲା। ଏହି ଘଟଣାର ଅଭିଯୁକ୍ତ ରସିକ ମେହେର(୪୬)ଙ୍କୁ ଗିରଫ କରି ଲରମ୍ଭା ପୁଲିସ ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।
ପ୍ରକାଶ ଯେ, ଗତ ୯ ତାରିଖ ଦିନ ଗାଁ ନିକଟ ଏକ ଗାଡିଆରେ ନିଜର ବାପା ଟଙ୍କଧର ବରିହା(୬୦) ମରିପଡିଥିବା ନେଇ ଜୁରିଆ ଗ୍ରାମର ଚୈତନ୍ୟ ବରିହା ଲରମ୍ଭା ପୁଲିସକୁ ଜଣାଇଥିଲା। ଏ ସଂକ୍ରାନ୍ତରେ ଲରମ୍ଭା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତେବେ ତଦନ୍ତ ପରେ ମାଛ ମାରିବାକୁ ଉକ୍ତ ଗାଡିଆରେ ଲଗାଯାଇଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଟଙ୍କଧରଙ୍କ ମୃତ୍ୟୁ ଘଟିଥିବା ପୁଲିସ ଜାଣିବାକୁ ପାଇବା ସହ ଘଟଣାର ମୁଖ୍ୟ ଅଭିଯୁକ୍ତ ରସିକ ମେହେରଙ୍କୁ ଖୋଜୁଥିଲା। ଗତକାଲି ରସିକ ମେହେର(୪୬)ଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।



