www.samajalive.in
Tuesday, December 9, 2025
16.1 C
Bhubaneswar

ଯୋଦ୍ଧା କୁକୁର ‘ଜୁମ’କୁ ସେନାର ଶ୍ରଦ୍ଧାଞ୍ଜଳି

ଡେସ୍କ: ଶୁକ୍ରବାର ଦିନ ଜମ୍ମୁ-କାଶ୍ମୀରରେ ହୋଇଥିବା ଏକ ଏନକାଉଣ୍ଟର ସମୟରେ ଗୁଳିରେ ଆହତ ହୋଇଥିବା ଯୋଦ୍ଧା କୁକୁର ‘ଜୁମ୍’କୁ ଭାରତୀୟ ସେନା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଦୁଇ ବର୍ଷୀୟ ବେଲଜିୟମ୍ ମାଲିନିଓସ୍ କୁକୁର ‘ଜୁମ’ ଗତକାଲି ୫୪ ଆଡଭାନ୍ସ ଫିଲ୍ଡ ପ୍ରାଣୀ ଚିକିତ୍ସାଳୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲା। ସେ ଅକ୍ଟୋବର ୯ରେ ଜାମ୍ମୁ କାଶ୍ମୀରର ଅନନ୍ତନାଗ ତଙ୍ଗପା ଠାରେ ଆତଙ୍କବାଦ ବିରୋଧୀ ଅପରେସନ ସମୟରେ ଦୁଇଟି ଗୁଳିର ଶିକାର ହୋଇଥିଲା ଓ ପରେ ଚିକିତ୍ସା ପାଇଁ ଜୁମକୁ ୫୪ ଆଡଭାନ୍ସ ଫିଲ୍ଡ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା।

୨୯ ଆର୍ମି ଡଗ୍ ୟୁନିଟ୍ ଜୁମକୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ସୂଚନା ଅନୁଯାୟୀ, ଜୁମ ଅନେକ ଆତଙ୍କବାଦ ବିରୋଧୀ ଅପରେସନରେ ଶକ୍ତି ଏବଂ ସାହସର ସହିତ ମୁକାବିଲା କରିଥିଲା। ସେନା ଅଧିକାରୀମାନେ ସୂଚନା ଦେଇଛନ୍ତି, ଅନନ୍ତନାଗରେ ହୋଇଥିବା ଅପରେସନ୍ ସମୟରେ ଜୁମ୍ କେବଳ ଆତଙ୍କବାଦୀଙ୍କ ସଠିକ୍ ସ୍ଥାନ ଚିହ୍ନଟ କରିବାରେ ନୁହେଁ ବରଂ ଜଣେ ଆତଙ୍କବାଦୀକୁ ଆହତ କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଆହତ ହୋଇଥିଲେ ମଧ୍ୟ ଜୁମ୍ ଅନ୍ୟ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଚିହ୍ନଟ କରି ଟାର୍ଗେଟ ଅଞ୍ଚଳରୁ ଫେରିବା ପରେ ପ୍ରବଳ ରକ୍ତସ୍ରାବ ହେତୁ ବେହୋସ ହୋଇଯାଇଥିଲା। ଏନକାଉଣ୍ଟରରେ ଆହତ ହେବା ପରେ ଜୁମର ଅସ୍ତ୍ରୋପଚାର କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories