www.samajalive.in
Wednesday, December 10, 2025
18.1 C
Bhubaneswar

ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ଆଉମାତ୍ର ୮ଦିନ : ମରାମତି ହେଲାନି ଆରଡି-ଭଦ୍ରକ ମୁଖ୍ୟ ରାସ୍ତା

ଆରଡି : ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଆସନ୍ତା ୧୧ରେ ପାଳିତ ହେବ। ହେଲେ ଏପର୍ଯ୍ୟନ୍ତ ମରାମତି ହୋଇ ପାରିଲାନି ଭଦ୍ରକ-ଆରଡି ମୁଖ୍ୟ ରାସ୍ତା ସହ ମତୋ-ଆରଡି, ବାଇପାସ ରାସ୍ତା। ମଣିବାବାଙ୍କ ଜାଗରଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପରିପାଳନ କରିବା ପାଇଁ ଭଦ୍ରକ ଜିଲାପାଳ ଜିଲାର ସମସ୍ତ ବିଭାଗର ଅଧିକାରୀ ଓ ମନ୍ଦିରର ସେବାୟତଙ୍କୁ ପରାମର୍ଶ ଦେଇଥିଲେ। ବିଶେଷକରି ଜାଗରଯାତ୍ରାର ୭ଦିନ ପୂର୍ବରୁ ମୁଖ୍ୟ ରାସ୍ତା ସମେତ ସମସ୍ତ ରାସ୍ତାର ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ହେଲେ ଜାଗରଯାତ୍ରା ଆଉମାତ୍ର ୮ଦିନ ବାକି ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କର ଏପର୍ଯ୍ୟନ୍ତ ନିଦ ଭାଙ୍ଗୁନି। ଅନ୍ୟପଟେ ଦୀର୍ଘମାସ ହେବ ସାତଭଉଣୀ ଠାରୁ କୋଠାର ପଯ୍ୟନ୍ତ ରାସ୍ତା ଓ ଧୁଷୁରୀ ଠାରୁ ଆରଡି ପ୍ରର୍ଯ୍ୟନ୍ତ ରାସ୍ତା ସାରା ଖାଲଖମା ରହିଥିବା ବେଳେ ଅନେକ ସ୍ଥାନରୁ ପିଚୁ ଉଠି ଯାଇଥିବାରୁ ପଥଚାରୀମାନେ ନାନା ହଇରାଣ ହେଉଛନ୍ତି। ତାହାସହ ପ୍ରତିଦିନ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟୁଛି।

ସେହିପରି ଅସୁରାଳି ବଜାର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ବେନିୟମ ଭାବେ ଅତ୍ୟଧିକ ହମ୍ପସ ନିର୍ମାଣ ହୋଇଥିବା ବାବଦରେ ବିଭାଗୀୟ ଅଧିକାରୀ ଅବଗତ ଥିଲେ ମଧ୍ୟ କୋଣସି କାର୍ଯ୍ୟ କରୁନଥିବା ସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରିଛି। ସେହିପରି ମତୋ-ଆରଡି ରାସ୍ତାର କୋଇଲିଖା ତାରିଣୀ ଛକ ଠାରୁ ଆରଡି ବୁଢିଜାଗୁଳାଇ ଛକ ଯାଏଁ ଦୀର୍ଘଦିନ ହେବ ରାସ୍ତା ଅତି ଦୟନିୟ ଅବସ୍ଥାରେ ରହିଥିବା ଦୈନନ୍ଦିନ ଯାତାୟତ କରୁଥିବା ଆଗନ୍ତୁକ ଭକ୍ତଙ୍କ ସହ ସ୍ଥାନୀୟ ଲୋକ ନାନା ଅସୁବିଧାରେ ସମୁଖିନ ହେଉଛନ୍ତି। ଏହି ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକମାନେ ଲୋକ ପ୍ରତିନିଧି ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ନିକଟରେ ଗୁହାରୀ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଭକ୍ତ ବିଷ୍ନୁ ମହୋନ ଦାସ, ଅରକ୍ଷିତ ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି। ଏପରି ବାବଦରେ ଆର.ଏଣ୍ଡବିର ନିର୍ବାହୀଯନ୍ତ୍ରୀ ମନୋଜ ସିଂଙ୍କୁ ଯୋଗାଯୋଗ କରିବାରୁ ବର୍ତ୍ତମାନ ଭଦ୍ରକ ନିକଟସ୍ଥ ପ୍ରାଚିନଗର ଠାରୁ ରାସ୍ତା କାମ ଆରମ୍ଭ ହୋଇଛି , ପର୍ଯ୍ୟାୟକ୍ରମେ ଅନ୍ୟାନ ସ୍ଥାନରେ ରାସ୍ତା ମରାମତି କରାଯିବ ବୋଲି କହିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories