www.samajalive.in
Wednesday, December 10, 2025
26.1 C
Bhubaneswar

ମଣିବାବା ଭଙ୍ଗା ରତ୍ନପଲଙ୍କରେ ଶୋଇବା ଘଟଣା, ସ୍ଥିତି ପରଖିବା ପାଇଁ ମନ୍ଦିର ପ୍ରଶାସନକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଆରଡି: ଦେବଦେବ ମହାଦେବ ବାବା ଆଖଣ୍ଡଳମଣି କୋଟିକୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇ ମଧ୍ୟ ଭଙ୍ଗା ରତ୍ନପଲଙ୍କରେ ଶୟନ କରିବା ରାଜ୍ୟ ଓ ରାଜ୍ୟ ବାହରେ ଥିବା ସମସ୍ତ ଶୈବଭକ୍ତଙ୍କୁ କୋଠାରଘାତ କରିଛି । ଏପରି ଖବର ଗତ ଗୁରୁବାର ଦୈନିକ ‘ସମାଜ’ରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତପ୍ତରତା ଦେଖା ଦେବା ସହ ସ୍ଥିତି ପରଖିବା ପାଇଁ ମନ୍ଦିର ପ୍ରଶାସନକୁ ଜିଲ୍ଲାପାଳ ଜ୍ଞାନ ଦାସ ପରାମର୍ଶ ଦେଇଛନ୍ତି । ଏପରିକି ଖୁବଶିଘ୍ର ରତ୍ନପଲଙ୍କ ସମେତ ଗମ୍ଭୀରାଘର ଜାଉଁଳି କବାଟ, ଗଳିଘର ଗୁମୁଟ ଆଦିର ମରାମତି ପାଇଁ ରାଜ୍ୟ ପ୍ରତ୍ନତ୍ତତ୍ୱ ବିଭାଗ ଜଣାଇବା ପାଇଁ ଜିଲ୍ଲାପାଳ ଶ୍ରୀ ଦାସ ପରାମର୍ଶ ଦେଇଥିବା ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରକାଶ ପାଇଛି । ଏପରିକି ମଣିବାବାଙ୍କ ନୀତିକାନ୍ତିର ଯେପରି କୈାଣସି ବ୍ୟାଘାତ ନଘଟିବ ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ପ୍ରକାଶ କରିଛନ୍ତି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories