ସେଓ ଚିପ୍ସ

ଆବଶ୍ୟକ ସାମଗ୍ରୀ

ସେଓ – ୪ଟି

ଡ଼ାଲଚିନି ଗୁଣ୍ଡ – ୨ ଚାମଚ

ଚିନି – ୩ ଚାମଚ

prayash

ତେଲ – ୧କପ

ଲୁଣ – ଆବଶ୍ୟକ ପରିମାଣରେ

ଗୋଲମରିଚ ଗୁଣ୍ଡ – ୧ ଚାମଚ

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଚିନି, ଲୁଣ, ଡ଼ାଲଚିନି ଗୁଣ୍ଡ, ଗୋଲମରିଚ ଗୁଣ୍ଡକୁ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରି ରଖି ଦିଅନ୍ତୁ। ଏବେ ସେଓକୁ ଭଲ ଭାବେ ଧୋଇ ସମ୍ପୂର୍ଣ୍ଣ ପତଳା ଭାବେ ଗୋଲ ଆକୃତରି କାଟି ଦିଅନ୍ତୁ। ଶୀଘ୍ର ଶୀଘ୍ର କଟା ସେଓ ଉପରେ ପ୍ରସ୍ତୁତ ମିଶ୍ରଣ ମସଲାକୁ ପକାନ୍ତୁ। ମସଲାକୁ ଲଗାଇବା ପରେ କିଛି ସମୟ ରଖି ଦିଅନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଗୋଳାଇ ରଖିଥିବା ସେଓକୁ ଭଲ ଭାବେ ଛାଣି ଦିଅନ୍ତୁ। ଛାଣିବା ପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସେଓ ଚିପ୍ସ।

Comments are closed.