www.samajalive.in
Tuesday, December 9, 2025
17.1 C
Bhubaneswar

କଟକରେ ଆରମ୍ଭ ହେଲା ଆଣ୍ଟିଜେନ୍‍ ଟେଷ୍ଟ, ୪ ହସ୍ପିଟାଲ ବିଶୋଧନ କରୁଛି ଅଗ୍ନିଶମ ବିଭାଗ

କଟକ ସହରରେ ଥିବା ଏସସିବି, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁ ଭବନ ଓ କଟକ ସିଟି ହସ୍‍ପିଟାଲରେ ଆଜିଠାରୁ କରୋନା ଆଣ୍ଟିଜେନ୍‍ ଟେଷ୍ଟ ଆରମ୍ଭ କରାଯାଇଛି। ଏହି ଟେଷ୍ଟ ମାଧ୍ୟମରେ ମାତ୍ର ୩୦ ମିନିଟ ମଧ୍ୟରେ ବ୍ୟକ୍ତି ଜଣଙ୍କ କରୋନା ଆକ୍ରାନ୍ତ କି ନାହିଁ ଜଣାପଡିବ ଫଳରେ ଖୁବ ଶୀଘ୍ର ୪ଟି ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀ, ପାରା ମେଡିକାଲ କର୍ମଚାରୀ, ରୋଗୀ ସହାୟକ ଓ କର୍ମଚାରୀଙ୍କୁ ଅଲଗା ରଖାଯାଇପାରିବ। ଯେଉଁମାନଙ୍କ ଠାରେ କରୋନା ପଜିଟିଭ ଥିବ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇ ପାରିବ ଓ ଅନ୍ୟମାନଙ୍କୁ ହସ୍ପିଟାଲରେ ରଖାଯାଇ ନିୟମିତ ଚିକିତ୍ସା କରାଯିବ। କଟକ ଜିଲ୍ଲା ଓ ସହରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ଆଣ୍ଟିଜେନ୍‍ ଟେଷ୍ଟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏହି କ୍ରମରେ ଆଜି ୪ଟି ହସ୍‍ପିଟାଲରେ ଥିବା ରୋଗୀମାନଙ୍କର ଆଣ୍ଟିଜେନ୍‍ ଟେଷ୍ଟ ଆରମ୍ଭ ହୋଇଛି। ଏ ସମ୍ପର୍କରେ ରାଜ୍ୟ କୋଭିଡ ପରିଚାଳନା ବୈଷୟିକ କମିଟିର ମୁଖ୍ୟ ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି ଯେ ଇତି ମଧ୍ୟରେ ସବୁ ହସ୍ପିଟାଲରେ ଆଣ୍ଟିଜେନ କୀଟ ପହଂଚି ସାରିଛି ଓ ଆଜିଠାରୁ ଟେଷ୍ଟ ଆରମ୍ଭ ହୋଇଛି।

- Advertisement -

ସେହିପରି ୪ଟି ହସ୍ପିଟାଲରେ ଦେଖା ଦେଇଥିବା କରୋନା ସମସ୍ୟାକୁ କିପରି ପ୍ରତିହତ କରାଯିବ ସେ ନେଇ ୪ଟି ଯାକ ହସ୍ପିଟାଲର ଡାକ୍ତର ଓ ପାରା ମେଡିକାଲ ଷ୍ଟାଫଙ୍କ ପାଇଁ ୨ ଦିନିଆ ପ୍ରଶିକ୍ଷଣ ଆରମ୍ଭ ହୋଇଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ଆଜି କଟକ ଜିଲ୍ଲାରେ ନୂଆ ୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣ କଟକ ସହରର ବୋଲି ସୂଚନା ମିଳିଛି। ତେବେ ଆଚାର୍ଯ୍ୟ ହରିହର କଟକ କେନ୍ଦ୍ରରେ ନୂଆ ରୋଗୀଙ୍କୁ ଏବେ ଭର୍ତ୍ତି କରାଯାଉନାହିଁ। ଅପରପକ୍ଷେ ସଟ୍‍ଡାଉନ ଯୋଗୁଁ ଶିଶୁଭବନ ଆଉଟଡୋରରେ ମଧ୍ୟ ରୋଗୀ ସଂଖ୍ୟା ହ୍ରାସ ପାଇଛି। ଦୁଇଦିନ ଧରି ୪ଟି ହସ୍‍ପିଟାଲ ପରିସରକୁ ଓଡିଶା ଅଗ୍ନିଶମ ସେବା ପକ୍ଷରୁ ବିଶୋଧନ କରାଯାଉଥିବା ଅଗ୍ନିଶମ ଅଧିକାରୀ ଅବନୀ କୁମାର ସ୍ୱାଇଁ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories