www.samajalive.in
Tuesday, December 9, 2025
16.1 C
Bhubaneswar

ମଞ୍ଜୁ ଗଞ୍ଜୁ ଓ ଜ୍ୟୋତି କୁମାରୀ ଜାତୀୟ ମହିଳା ଦଳ ଶିବିର ପାଇଁ ମନୋନୀତ

ଭୁବନେଶ୍ବର: ସର୍ବ ଭାରତୀୟ ଫୁଟବଲ୍‌ ମହାସଂଘ ପକ୍ଷରୁ ଦୁଇ ଜଣ ଯୁବ ଓଡ଼ିଆ ଫୁଟବଳ ଖେଳାଳିଙ୍କୁ ଜାତୀୟ ମହିଳା ଦଳ ଶିବିର ପାଇଁ ମନୋନୀତ କରିଛନ୍ତି। ଗୋଆରେ ଅନୁଷ୍ଠିତ ହେବାକୁ ଥିବା ୧୭ ବର୍ଷରୁ କମ୍‌ ବର୍ଗରେ ଜାତୀୟ ମହିଳା ଦଳ ଶିବିରରେ ଓଡ଼ିଆ ଝିଅ ମଞ୍ଜୁ ଗଞ୍ଜୁ ଓ ଜ୍ୟୋତି କୁମାରୀ ଯୋଗ ଦେବେ ବୋଲି ଫୁଟବଲ୍‌ ମହାସଂଘ ସୂଚନା ଦେଇଛି। ଏହି ଶିବିର ଗୋଆରେ ୨୦ ଜୁଲାଇ ୨୦୨୦ରୁ ୩୧ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସୁନ୍ଦରଗଡ଼ ସ୍ପୋର୍ଟ୍ସ ହଷ୍ଟେଲ୍‌ର ମଞ୍ଜୁ ଗଞ୍ଜୁ ଗୋଲ୍‌କିପର ଖେଳୁଥିବାବେଳେ କଟକ ସାଇ ଏସ୍‌ଟିସିର ଜ୍ୟୋତି କୁମାରୀ ଡିଫେଣ୍ଡର୍‌ ଭାବେ ଖେଳୁଛନ୍ତି। ଜାତୀୟ ଦଳ ଶିବିର ପାଇଁ ମନୋନୀତ ହୋଇଥିବାରୁ ଏହି ଦୁଇ ଉଦୀୟମାନ ଖେଳାଳିଙ୍କୁ ଓଡ଼ିଶା ଫୁଟବଲ୍‌ ମହାଂସଘର ସମ୍ପାଦକ ଆଶୀର୍ବାଦ ବେହେରା ଏବଂ ସମସ୍ତ କର୍ମକର୍ତ୍ତା ଶୁଭଚ୍ଛା ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories